ଟେକ୍ସାସ, ୦୪|୦୭: ଏବେ ଫଟୋସୁଟ୍ର ମାହୋଲ ଚାଲିଛି । ଅନେକ ଯୁବକ ଓ ଯୁବତୀ ଭିନ୍ନ ଭିନ୍ନ ଷ୍ଟାଇଲରେ ଫଟୋ ସୁଟ୍ କରୁଛନ୍ତି । ଏପରି କିଛି ଫଟୋସୁଟ୍ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମେରିକାର ଟେକ୍ସାସରେ ଜଣେ ମହିଳା ନିଜର ଫଟୋସୁଟ୍ କରିଛନ୍ତି । ଯାହା ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ସେ ନିଜ ପେଟରେ ମହୁମାଛିଙ୍କୁ ରଖି ଫଟୋ ଉଠାଇଛନ୍ତି ।
wp:html/wp:htmlThe queen is tethered to my belly inside of a cage. Poetry. pic.twitter.com/KyAJQLEza5
— Emily Murnane (@emily_murnane) July 3, 2020
ସେ ନିଜ ସ୍ୱାମୀଙ୍କ ସହ ଫଟୋ ସୁଟ୍ କରିଛନ୍ତି । ଏହି ଫଟୋସେ ତାଙ୍କ ପେଟରେ ଶହଶହ ମହୁମାଛି ଲାଗି ରହିଛନ୍ତି । ମହିଳାଜଣଙ୍କ ଏବେ ଗର୍ଭବତୀ ଅଛନ୍ତି । ସେ ଠିଆ ହୋଇ ଫଟୋ ଉଠାଇଛନ୍ତି । ଆହୁରି ମଧ୍ୟ ଅନେକ ମହୁମାଛି ମହିଳାଙ୍କ ଆଖପାଖରେ ଉଡୁଥିବା ଦେଖିବାକୁ ମିଳିଛି ।
ଏହାକୁ ନେଇ ମହିଳା କହିଛନ୍ତି ଯେ, ସେ ଏପରି ଫଟୋ ସେୟାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ପେଟରେ କନ୍ୟା ସନ୍ତାନ ଅଛି । ଏପରି କରିବା ପାଇଁ ସେ ନିଜ ଡାକ୍ତରଙ୍କ ଅନୁମତି ମଧ୍ୟ ନେଇଛନ୍ତି । ପ୍ରାୟ ୧୦ ହଜାର ମହୁମାଛି ତାଙ୍କ ପେଟରେ ଲାଗି ରହିଛନ୍ତି । ସେ ଏହାର ଏକ ସ୍କ୍ରିନସଟ୍ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋ ପୋଷ୍ଟ ହେବା ପରେ ଅନେକ ୟୁଜର ସେ ଏପରି କଣ ପାଇଁ କଲେ ପ୍ରଶ୍ନ ପଚାରିଛନ୍ତି । ଆଉ କିଛି ୟୁଜର ଏହା ସ୍ୱାସ୍ଥ୍ଯ ପ୍ରତି ହାନିକାରକ କହିବା ସହ ଅନୁମତି ଦେଇଥିବା ଡାକ୍ତରଙ୍କୁ ଦୋଷ ଦେଇଛନ୍ତି ।