Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ କାନ୍ଧରେ ବୋହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଲେ ପରିବାରଲୋକ

14/06/2019 at 2:54 PM

ବାରିପଦା ୧୪|୬: ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ମୟୁରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ମୃତଦେହ ରଖି ଧାରଣାରେ ବସିଛନ୍ତି ପରିବାର ଲୋକ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ବାଙ୍ଗି ମୁର୍ମୁ ନାମରେ ଜଣେ ମହିଳା ଗତକାଲି ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ମୃତ୍ୟୁ ପରେ ବି ମହାପ୍ରୟାଣ ଗାଡି ନଦେବା ଭଳି ସଂଗୀନ ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଏହାପରେ ପ୍ରସୂତିଙ୍କ ମୃତଦେହକୁ କାନ୍ଧରେ ବୋହି ଦୁଇ କିଲୋମିଟର ବାଟ ଚାଲି ଚାଲି ପରିବାର ଲୋକ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ଆସିଥିଲେ । ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ଗେଟ୍ ଭିତରେ ପୋଲିସ ପଶିବାକୁ ନଦେବାରୁ ପରିବାର ଲୋକ ଗେଟ୍ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି।

ବାଙ୍ଗୀ ମୁର୍ମୁଙ୍କ ମୃତ୍ୟୁ ପରେ ମେଡିକାଲ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ଲୋକଙ୍କୁ  ଜିଲ୍ଲାପାଳଙ୍କ ଅଫିସ ଭିତରକୁ ପଶିବାକୁ ଦେଇନଥିଲା ପୋଲିସ । ପ୍ରତିବାଦରେ ଅଫିସ ବାହାର ରାସ୍ତାରେ ମୃତଦେହ ରଖି ୩ ଘଣ୍ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ।ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ, ପିଆରଏମ୍ ର ସିଡିଏମ୍‌ଓ ଏବଂ ବାରିପଦା ବିଧାୟକ ପ୍ରକାଶ ସୋରେନ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଏବଂ  ବିଧାୟକ ୫ହଜାର ସହାୟତା ପ୍ରଦାନ କରିଥିଲେ । ଏହା ସହ ସରକାରୀ ସ୍ବର୍ଗରଥରେ ମୃତଦେହକୁ ଗାଁ କୁ ପଠଯିବା ସହ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା ।

   Related Posts