ଭୁଲ୍ ଇଞ୍ଜେକ୍ସନ୍ ଯୋଗୁଁ ଗର୍ଭବତୀ ମହିଳା ଗୁରୁତର: ଡେ-ନାଇଟ୍ କ୍ଲିନିକ୍ ବିରୋଧରେ ଏମିତି ଅଭିଯୋଗ ଆଣିଲେ ପରିବାର ଲୋକେ
30/11/2020 at 9:46 PM

ବାରଙ୍ଗ୩୦/୧୧: ଭୁଲ୍ ଇଞ୍ଜେକ୍ସନ୍ ଦେବା ଯୋଗୁଁ ଗର୍ଭବତୀ ମହିଳା ଗୁରୁତର। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମହିଳା ଜଣଙ୍କ ଡେ-ନାଇଟ୍ ନାମକ ଏକ ଘରୋଇ କ୍ଲିନିକରେ ଚିକିତ୍ସା ହେଉଥିଲେ। ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସମାନେ ମହିଳାଙ୍କୁ ଭୁଲ୍ ଇଞ୍ଜେକ୍ସନ ଦେଇଥିବା ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଗୁରୁତର ମହିଳା ହେଲେ ବାରଙ୍ଗ ଥାନା ଦେଉଳି ଗାଁର ଜୟଦେବ ସ୍ବାଇଙ୍କ ସ୍ତ୍ରୀ ସୁମିତ୍ରା ସ୍ବାଇଁ।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସଂପୃକ୍ତ ଘରୋଇ କ୍ଲିନିକ ସାମ୍ନାରେ ଉତ୍ତେଜନା ଲାଗି ରହିଛି। ମହିଳାଙ୍କ ସଂପର୍କୀୟ, ପରିବାର ଲୋକେ ଏବଂ ସ୍ଥାନୀୟ ଲୋକ କ୍ଲିନିକ ସାମ୍ନାରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।