vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଦେବଦୂତ ସାଜିଲେ ତହସିଲଦାର, ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ମେଡିକାଲରେ କଲେ ଭର୍ତ୍ତି

17/08/2020 at 11:10 AM

ଗଞ୍ଜାମ ୧୭।୦୮: କୁକୁଡାଖଣ୍ଡି ତହସିଲଦାର ଦେଖାଇଲେ ମାନବିକତା । ବିଳମ୍ବିତ ରାତିରେ ଜଣେ ଗର୍ଭବତୀ ମହିଳା ଏକ ମନ୍ଦିର ନିକଟରେ ବସି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତହସିଲଦାର୍‌ ଘଟଣାର ଖବର ପାଇ ପହଞ୍ଚିଥିଲା । ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁଣ୍ଠି ଶିବ ମନ୍ଦିର ନିକଟରେ ଜଣେ ଗର୍ଭବତୀ ମହିଳା ରବିବାର ରାତି ପ୍ରାୟ ୧୦ଟା ସମୟରେ ବସିରହିଥିଲା । ମହିଳା ଜଣଙ୍କ ଗର୍ଭଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଯାହାର ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ତହସିଲଦାର ଡ଼ଃ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର । ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ନଗର ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏହାସହ ସମସ୍ତ ପ୍ରକାରର ସୁବିଧା ଓ ସ୍ୱାସ୍ଥବସ୍ଥା କଥା ପଚାରିବୁଝିଥିଲେ  I ସେହିପରି ପୂର୍ବରୁ ମଧ୍ୟ ପଦରବାଲୀ ଗାଁର ଜଣେ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲା । ଯାହା ଦ୍ୱାରା ସେ ସାରା ଜିଲ୍ଲାରେ ବେଶ୍‌ ପ୍ରଶଂସା ସାଉଁଟିଚନ୍ତି I ତହସିଲଦାରଙ୍କ କାର୍ଯ୍ୟକୁ ଜନମାନସରେ ବେଶ୍‌ ପ୍ରଶଂସା ମିଳିଛି I

   Related Posts