scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ୨ କି.ମି. ଚାଲିଲେ ପ୍ରସୂତୀ

21/07/2023 at 11:23 AM

ମୋହନା ୨୧।୭: ଗାଁକୁ ନାହିଁ ରାସ୍ତା । ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ କାଦୁଅ ପଚ ପଚ ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ୨ କିଲୋମିଟର ଚାଲିଲେ ପ୍ରସୂତୀ । ନଦୀ ପାର କରି ଚଲାଇ ଚଲାଇ ଆଣିଲେ ଆଶା କର୍ମୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଗରଡ଼ମା ପଞ୍ଚାୟତ ରାଜଖମା ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁକୁ ପକ୍କା ରାସ୍ତା ନାହିଁ l ବର୍ଷା ଯୋଗୁଁ ଗାଁକୁ ଯାଇଥିବା ରାସ୍ତାଟି କାଦୁଅ ପଚ ପଚ ହୋଇ ରହିଛି l ପୁଣି ରାସ୍ତା ମଝିରେ ଏକ ବଡ଼ ନଦୀ l ଏଭଳି ଅବସ୍ଥାରେ ଗର୍ଭବତୀ ଥିବା ଗାଁର ଜଗା ପାତ୍ରଙ୍କ ପତ୍ନୀ ପୂଜା ପାତ୍ରଙ୍କର ଶୁକ୍ରବାର ସକାଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା l ସେତେବେଳେ ଗାଁର ଆଶା କର୍ମୀ ସନ୍ଧ୍ୟାରାଣୀ ଦଣ୍ଡସେନl ଆମ୍ବୁଲାନ୍ସକୁ ଖବର ଦେଇଥିଲେ l ହେଲେ ଖରାପ ରାସ୍ତା ଯୋଗୁ ଗାଁକୁ ଆସିନଥିଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଯୋଗୁଁ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ରହିଯାଇଥିଲା ଆମ୍ବୁଲାନ୍ସ l ବାଧ୍ୟ ହୋଇ ଆଶା କର୍ମୀ ଓ ପରିବାର ଲୋକେ  ଗର୍ଭବତୀ ମହିଳାଙ୍କୁ ଦୀର୍ଘ ଦୁଇ କିଲୋମିଟର କାଦୁଅ ପଚ ପଚ ରାସ୍ତାରେ ଚଲାଇ ଚଲାଇ ଆଣିଥିଲେ । ଏହାସହ ନଦୀ ପାର କରାଇ ପଦାସାହି ଗାଁକୁ ଆଣି ଆମ୍ବୁଲାନ୍ସରେ ବ୍ରlହ୍ମଣିଗାଁ ମେଡିକାଲକୁ ନେଇଥିଲେ ।

ତେବେ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ।

You Can Read :

   Related Posts