ନବରଙ୍ଗପୁର ୨୮।୧୧: ନବରଙ୍ଗପୁରରେ ଜନନୀ ଯନ୍ତ୍ରଣା । ଦୁଇ କିଲୋମିଟର ଭାରରେ ବୁହାହୋଇ ଗଲେ ପ୍ରସୂତୀ । ରାସ୍ତାରେ କଲେ ପ୍ରସବ ।
ସୂଚନାଯୋଗ୍ୟ ଯେ, ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇ ଥିବାବେଳେ ରାସ୍ତାରେ ପ୍ରସବ ହୋଇଛି । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଣ୍ଡିଗୁଡ଼ା ଗାଁରେ । ଗ୍ରାମର ସୁରେନ୍ଦ୍ର ଯାନୀଙ୍କ ସ୍ତ୍ରୀ କମଳା ଯାନୀଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଫଳରେ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା କିନ୍ତୁ ଭଲ ରାସ୍ତାଟିଏ ନ ଥିବାରୁ ଗାଁରେ ପହଞ୍ଚିପାରିଲାନି । ୧୦୮ ଆମ୍ବୁଲାନ୍ସ ଅଧା ରାସ୍ତାରେ ଅଟକି ରହିଥିଲା । ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମଚାରୀ ଏବଂ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ୨ କି.ମି. ଜଙ୍ଗଲ ପାହାଡିଆ ରାସ୍ତାରେ ଭାରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ ଗର୍ଭବତୀ ମହିଳା ।
ରାସ୍ତାରେ ଗର୍ଭବତୀ ମହିଳା ପ୍ରସବ ବେଦନା ସହି ନପାରି ଆମ୍ବୁଲାନ୍ସ ନିକଟରେ ପହଞ୍ଚୁ ପହଞ୍ଚୁ ଆମ୍ବୁଲାନ୍ସ ନିକଟ ରାସ୍ତାରେ ଏକ ଶିଶୁ କନ୍ୟା ଜନ୍ମ କରି ଥିବା ଦେଖିବାକୁ ମିଳିଛି । ଗର୍ଭବତୀ ମହିଳା ଏବଂ ଶିଶୁ କନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସରେ ମୈଦଲପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗର୍ଭବତୀ ମହିଳା ଏବଂ ତାଙ୍କ ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଥିବା ଜଣାପଡ଼ିଛି ।
You Can Read :
wp:embed {"url":"https://www.prameyanews7.com/niranjan-mishra-appeal-to-wear-mask-if-cold-cough-symptoms-found/","type":"wp-embed","providerNameSlug":"prameya-news-7"} /wp:embed