ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଗାଁକୁ ଭଲ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତୀ, ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ କନ୍ୟା ସନ୍ତାନ ଜନ୍ମଦେଲେ ଆଶା ଦିଦି

30/08/2022 at 3:12 PM

ନବରଙ୍ଗପୁର ୩୦।୮: ନବରଙ୍ଗପୁରରେ ଥମୁନି ଜନନୀ ଯନ୍ତ୍ରଣା । ପୁଣି ଦେଢ଼ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା । ଆମୁଲାନ୍ସକୁ ଯିବା ପୂର୍ବରୁ ରାସ୍ତାରେ ଜନ୍ମ ହେଲା ପିଲା ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଂଚାୟତ ଅନ୍ତର୍ଗତ ତଳଗୋଡି ଗ୍ରାମର ଭୁବନ ହରିଜନଙ୍କ ସ୍ତ୍ରୀ ପ୍ରିୟଙ୍କା ହରିଜନ ଗର୍ଭବତୀ ଥିଲେ l ପ୍ରିୟଙ୍କା ସେହି ଗ୍ରାମର ଆଶା ଦିଦି ଭାବରେ କାର୍ଯ୍ୟ କରୁଛନ୍ତି l ତାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ପରିବାର ଲୋକେ ଡାକିଥିଲେ l କିନ୍ତୁ ତଳଗୋଡି ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବାରୁ ଓ ରାସ୍ତାରେ ନାଳ ପଡୁଥିବାରୁ ଆମ୍ବୁଲାନ୍ସଟି ଗ୍ରାମକୁ ନଯାଇପାରି ଦେଢ଼ କିଲୋମିଟର ଦୂର ବଡ଼ବଟା ଗ୍ରାମ ନିକଟରେ ଅଟକି ରହିଥିଲା l ଫଳରେ ପରିବାରବର୍ଗ ଓ ଗ୍ରାମବାସୀ କିଛି ଉପାୟ ନପାଇ ପ୍ରିୟଙ୍କା ପାଖରେ ଥିବା ଷ୍ଟ୍ରେଚରରେ ତାଙ୍କୁ ଶୁଆଇ ଆମ୍ବୁଲାନ୍ସ ନିକଟକୁ ଆଣିବାକୁ ଚେଷ୍ଟା କରାଯାଇଥିଲା l କିନ୍ତୁ ଆମ୍ବୁଲାନ୍ସ ନିକଟରେ ପହଂଚିବା ପୂର୍ବରୁ କନ୍ୟା ସନ୍ତାନ ଜନ୍ମ ହୋଇଯାଇଥିଲା l ତାଙ୍କ ସହିତ ମେଡିକାଲ ଯାଉଥିବା ମହିଳାମାନେ ସେଠାରେ ପ୍ରସବ କରିବାରେ ସାହାଯ୍ୟ କରିଥିଲେ l ପରେ ମା ଓ ନବଜାତକୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଡାକ୍ତର ସୂଚନା ଦେଇଛନ୍ତି l

   Related Posts