ଲକ୍ଷ୍ମୀପୁର ୧୦।୨: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ପୁଣି ଭାରରେ ବୁହାହେଲେ ପ୍ରସୂତୀ । ପ୍ରସୂତୀଙ୍କୁ ସମ୍ପର୍କୀୟମାନେ ମୁରାନ ନଦୀ ପାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି ।
{"id":222555,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-07h37m13s936.jpg)
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପିଣ୍ଡାପଦର ପଚାଂୟତ ଘାଟଗୁଡା ଗାଁର ଧବେନ ମୁଦୁଲି ନାମକ ମହିଳାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ନଦୀରେ ଭାର କରି ନିଆଯାଇଥିଲା । ତେବେ ଡାକ୍ତରଖାନାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି । ଉଭୟ ମା’ ଓ ଝିଅ ସୁସ୍ଥ ଥିବା ଡାକ୍ତରଖାନାରୁ ସୂଚନା ମିଳିଛି ।
{"id":222556,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-07h37m08s954.jpg)
ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରୁନି । ଫଳରେ ମୁରାନ ନଦୀରେ ଜୀବନକୁ ବାଜି ଲଗାଇ ବର୍ଷ ତମାମ ଦୁଇଟି ଗାଁର ଲୋକେ ଏମିତି ଯାତାୟତ କରୁଛନ୍ତି । ତେବେ ୨୦୧୧ମସିହାରେ ଘାଟଗୁଡା ଏବଂ ବାଲିଘାଟ ଗାଁର ୨ ଜଣ ଯୁବତୀ ନଦୀ ପାରି ହେବାବେଳେ ଭାସିଯାଇ ପ୍ରାଣ ହରାଇଥିଲେ ।