oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ନଦୀ ପାର ହେଲେ ନବଜାତ ଶିଶୁ ଓ ମା’

9/08/2021 at 6:03 PM

କାମାକ୍ଷାନଗର ୯।୮: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଖଟିଆରେ ନଦୀ ପାର ହେଲେ ନବଜାତ ଶିଶୁ ଓ ମା’। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତର ଗୁଣ୍ଡିଚାନାଳୀ ଗ୍ରାମ କଳାମାଟିସାହିରେ । ଗାଁରୁ ନଦୀ ପାରହେବା ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ଖଟିଆରେ ଦୋଳା କରି ବୁହା ହୋଇ ଆଣିଥିଲେ । ଆଣିବା ବାଟରେ ରାମିଆଳ ନଦୀ ନିକଟରେ ହିଁ ତାଙ୍କର ଶିଶୁପୁତ୍ରଟିଏ ଜନ୍ମ ହୋଇଥିଲା ।

ଗାଁର ଓକିଲ ହେମ୍ବ୍ରମଙ୍କ ପତ୍ନୀ ଡୁମୁନି ହେମ୍ବ୍ରମଙ୍କ ରବିବାର ସକାଳ ୯ଟା ବେଳକୁ ପଥମ ଗର୍ଭର ପ୍ରଥମ ଯନ୍ତଣା ଅନୁଭବ କରିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ଡାକାଇଥିଲେ । ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗ୍ରାମ ପର୍ଯ୍ୟନ୍ତ ଯାଇ ପାରିନଥିଲା । ପରିବାର ଲୋକେ ଖଟିଆରେ ଦୋଳାକରି ନଦୀ ପାରକରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଆଣିବା ବାଟରେ ନଦୀ କୁଳରେ ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀଙ୍କ ଉପସ୍ଥିତରେ ପ୍ରସବ ହୋଇଥିଲା । ତେଣୁ ଉଭୟ ମା’ ଓ ନବଜାତକୁ ଖଟିଆରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । ଏଠି ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ଖଟିଆରେ ବୋହିକି ଆଣିବା ବେଳରେ କେହି ଜଣେ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଛାଡି ଦେଇଛି । ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ନେଇ ସରପଞ୍ଚଙ୍କୁ ପଚାରିବାରୁ ସେ ଗ୍ରାମକୁ ନିତିଦିନିଆ ରାସ୍ତା ନଥିବା କହିଛନ୍ତି । ଏହି ଗ୍ରାମ ପାଇଁ ରାସ୍ତା ନିମନ୍ତେ ଟଙ୍କା ମଞ୍ଜୁରି ହୋଇଛି । ଖୁବଶୀଘ୍ର କାମ ହେବ ବୋଲି କହିଛନ୍ତି ।

   Related Posts