ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଚାନ୍ଦବାଲିରେ ପୁଣି ଜନନୀ ଯନ୍ତ୍ରଣା : ଗଁ।କୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ପ୍ରସୂତୀ

24/09/2019 at 11:55 AM

ଚାନ୍ଦବାଲି ୨୪।୯: ପୁଣି ଖଟିଆରେ ବୁହାହଲେ ପ୍ରସୂତୀ । ଗଁ।କୁ ନିତିଦିନିଆ ରାସ୍ତାଟିଏ ନଥିବାରୁ ପ୍ରସୂତି ଖଟିଆରେ ବୁହାହୋଇଛନ୍ତି ।  ଏହା କେଉଁ ଉପାନ୍ତ ଅଂଚଳର ଚିତ୍ର ନୁହେଁ । ବରଂ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଠାରୁ ମାତ୍ର ୬ କିମି ଦୂରରେ ତେନ୍ତୁଲିଡ଼ିହି ପଂଚାୟତର କୁଲିବିନ୍ଦା ଗଁ। ।  ଗଁ।କୁ ପକ୍କା ସଡ଼କ ନଥିବାରୁ କେବଳ ପ୍ରସୂତୀ ନୁହଁନ୍ତି ଗଁ।ରେ ଯଦି କେବେ ନିଅଁ। ଲାଗେ  ଓ ଜରୁରୀକାଳନୀ ସମୟରେ ମଧ୍ୟ ଗଁ।ରେ ଲୋକମାନେ ଭାଗ୍ୟ ଓ ଭଗବାନଙ୍କ ଉପରେ ଭରସା କରିଥାନ୍ତି । ଆଜି ତାର ନଗ୍ନଚିତ୍ର ପୁଣି ଦେଖିବାକୁ ମିଳିଛି ।

ତେନ୍ତୁଲିଡ଼ିହି ପଂଚାୟତ କୁଲିବିନ୍ଦା ଗଁ।ରେ ତ୍ରିଲୋଚନ ମହାନ୍ତିଙ୍କ ଝିଅର ପ୍ରସବ ବେଦନା ହେବାରୁ ପରିବାରଲୋକ ଗଁ।ରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଏକ ଖଟିଆରେ ସେହି ବିଲ ମଝିରେ ପାଣି ଆଣ୍ଠୁଏ ରାସ୍ତାରେ ବୋହିନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ । ପରେ ପ୍ରସୂତୀଙ୍କୁ ଏକ ଅଟୋ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ପ୍ରସୂତୀଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା ।

   Related Posts