ଗର୍ଭବତୀ ମହିଳାଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | December 17, 2020 IST

ସୋର ୧୬।୧୨: ଗର୍ଭବତୀ ମହିଳାଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ସୂଚନାଯୋଗ୍ୟ ଯେ, ଖରାସାହାପୁର ବରଜଦେଉଳି ଅଞ୍ଚଳର ରବୀନ୍ଦ୍ର ମାଝିଙ୍କ ପୁଅ ବଂଶୀଧରଙ୍କୁ  ସେହି ଅଞ୍ଚଳର କିଛି ଯୁବକ ଘରୁ ଡାକି ନେଇ ମାଡ ମରିବାରୁ ବଂଶୀର ଗର୍ଭବତୀ ଭଉଣୀ ମନୋରମା ସେମାନଙ୍କୁ ପ୍ରତିବାଦ କରିଥିଲେ ।

ଗର୍ଭବତୀ ମନୋରମାଙ୍କୁ ସେହି ଯୁବକମାନେ ମାଡ ମାରି ଗୁରୁତର ଆହତ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ମନୋରମାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାରକରି ସୋର ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସୋର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.