ଡେଲିଭରିର ଗୋଟିଏ ଦିନ ପୂର୍ବରୁ ମା-ଝିଅ ସହ ଆତ୍ମହତ୍ୟା କଲେ ମହିଳା : ସଲଫସ୍ ବଟିକା ଖାଇ ପଠାଇଲେ ଶେଷ ଫଟୋ

Published By : Prameya-News7 Bureau | December 04, 2020 IST

ତରନତାରନ ୪/୧୨: ଜଣେ ଗର୍ଭବତୀ ମହିଳାଙ୍କ ପର ଦିନ ଡେଲିଭରି ହେବାର ଥିଲା କିନ୍ତୁ ତାହା ପୂର୍ବରୁ ସେ ନିଜ ମାଆ ଏବଂ ଝିଅଙ୍କ ସହ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ଶେଷ ଫଟୋ ଉଠାଇଥିଲେ ଏବଂ ସମ୍ପର୍କୀୟଙ୍କୁ ପଠାଇ ଥିଲେ। ଆତ୍ମହତ୍ୟାର କାରଣ ଏହିକି ଯେ ମହିଳାଙ୍କ ସ୍ବାମୀ ତାଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଏହି ହୃଦୟ ବିଦାରକ ଘଟଣାଟି ଘଟିଛି ପଞ୍ଜାବର ତରନତାରନରେ।

ତରନତାରନର ଗୁରୁ ତେଗ୍ ବାହାଦୁର ନଗରରେ ଗିତିନ୍ଦର କୌର ନିଜ ସ୍ବାମୀ ରାଜବୀର ସିଂହଙ୍କ ସହ ରହୁଥିଲେ। ଗିତିନ୍ଦର କୌରଙ୍କ ବିବାହ ପୂର୍ବରୁ ଲଭପ୍ରୀତ ସିଂହ ନାମକ ବ୍ୟକ୍ତିଙ୍କ ସହ ହୋଇଥିଲା ଏବଂ ନିଜ ସ୍ବାମୀଙ୍କ ସହ ବିବାଦ ଯୋଗୁଁ ସେମାନଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ଏହା ପରେ ରାଜବୀର ନାମକ ଜଣେ ଯୁବକ ତାଙ୍କ ଜୀବନରେ ଆସିଥିଲେ ଏବଂ ତାଙ୍କୁ ଖୁସିରେ ରଖିବାକୁ ପ୍ରତିଶୃତି ଦେଇଥିଲେ ଏବଂ ତାଙ୍କ ସହ ବିବାହ କରିଥିଲେ।

ଗିତିନ୍ଦରଙ୍କ ପ୍ରଥମ ବିବାହରୁ ତାଙ୍କର ଜଣେ ଝିଅ ଥିଲେ ଯାହାର ନାଁ ନୂର। ରାଜବୀର ସିଂହଙ୍କ ସହ ତାଙ୍କର ଦ୍ବିତୀୟ ବିବାହ ଥିଲା ଏବଂ ସେ ୯ମାସର ଗର୍ଭବତୀ ଥିଲେ। ଶୁକ୍ରବାର ତାଙ୍କର ଡେଲିଭରି ହେବାର ଥିଲା କିନ୍ତୁ ମାର ଗର୍ଭରେ ହିଁ ଶିଶୁଟି ଆଖି ବୁଜି ଦେଇଥିଲା।

ପଞ୍ଜାବ ରୋଡଓ୍ବେଜରେ ଗିତିନ୍ଦର କୌର ଚାକିରୀ କରୁଥିଲେ ଏବଂ ତାଙ୍କ ସ୍ବାମୀ ରାଜବୀର ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲା ଏବଂ ତାଙ୍କୁ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଥିଲା। ଏହି କାରଣରୁ ଗିତିନ୍ଦରଙ୍କ ମାଆ କିଛି ଦିନ ତଳେ ଝିଅ ଘରକୁ ଆଗକୁ ଡେଲିଭରି ଥିବାର କାରଣରୁ ଆସିଥିଲେ। ସେ ମଧ୍ୟ ତାଙ୍କ ଝିଅ ଏବଂ ନାତୁଣୀ ସହ ସଲଫସ୍ ଗିଳି ଆତ୍ମହତ୍ୟା କରିଥିଲେ।

ଗିତିନ୍ଦରଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବା ସହ ତାଙ୍କ ଦରମା ମଧ୍ୟ ନେଇଯାଉଥିଲା। ଏହି କାରଣରୁ ଗିତିନ୍ଦର ମଧ୍ୟ ଚିନ୍ତାରେ ଥିଲେ। ସେ ପୋଲିସ୍ ନିକଟରେ ମଧ୍ୟ ଏବାବଦରେ ଅନେକ ଥର ଅଭିଯୋଗ କରିଥିଲେ କିନ୍ତୁ ନ୍ୟାୟ ନ ମିଳିବା ଯୋଗୁଁ ମା-ଝିଅ ଏବଂ ନାତୁଣୀ ସଲଫସ୍ ବଟିକା ଖାଇ ଆତ୍ମହତ୍ୟା କରିଛନ୍ତି।

 ସଲଫସ୍ ବଟିକା ଖାଇବା ପରେ ସେ ନିଜ ମୋବାଇଲରେ ଶେଷ ଫଟୋ ଉଠାଇ ନିଜ ସମ୍ପର୍କୀୟଙ୍କୁ ପଠାଇଥିଲେ। ଫଟୋରେ ସମସ୍ତେ କାନ୍ଦୁଥିବା ଦେଖାଯାଇଛନ୍ତି।

{"id":372366,"sizeSlug":"large"}

ଗିତିନ୍ଦରଙ୍କ ସ୍ବାମୀ ରାଜବୀର ବନ୍ଧୁକର ସଉକ ରଖୁଥିଲା ଏବଂ ତା ଫେସବୁକରେ ବିଭିନ୍ନ ପ୍ରକାରର ବନ୍ଧୁକ ଧରି ଫଟୋ ପୋଷ୍ଟ କରୁଥିଲା। ତା ନିକଟରେ ତାର ନିଜର ରାଇଫଲ୍ ମଧ୍ୟ ରହିଛି। ରାଜବୀର ସିଂହ କୌଣସି ଏକ ଚାଉଳ କଳରେ ସିକ୍ୟୁରିଟି ଗାର୍ଡ଼ କାମ କରୁଥିଲା ଏବଂ ବନ୍ଧୁକ ଦେଖାଇ ନିଜ ସ୍ତ୍ରୀଙ୍କୁ ନିର୍ଯାତନା ନେଉଥିଲା।

ପୋଲିସ୍ ରାଜବୀର ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.