ପାଣି ଘେରରେ ଫସିଥିଲେ ପ୍ରସୂତୀ ମହିଳା, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
17/08/2022 at 12:09 PM

ବୌଦ୍ଧ ୧୭।୮: ପାଣି ଘେରରେ ଥିବା ଗର୍ଭବତୀ ମହିଳା ଉଦ୍ଧାର । ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରାଯାଇଛି ।
ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମର ଜଣେ ପ୍ରସୂତୀ ଏବଂ ଅସୁସ୍ଥ ମହିଳା ମହାନଦୀ ବନ୍ୟାଜଳରେ ୪ ଦିନ ହେଲା ଫସି ରହିଥିଲେ । ପାଣି ଘେରରେ ଥିବା ଗର୍ଭବତୀ ମହିଳା ଏବଂ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ଥିବା ମହିଳାଙ୍କୁ ବୋଟ୍ ଯୋଗେ ଉଦ୍ଧାର କରି ପୁରୁଣାକଟକ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଚାରିଛକ ଅଗ୍ନିଶମ ବାହିନୀ । ବୌଦ୍ଧ ଜିଲ୍ଲାରେ ଚାଲିଛି ବନ୍ୟା ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟ ।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023