କଣ୍ଟେନମେଣ୍ଟ ଅଞ୍ଚଳରେ ଅଭାବନୀୟ ଦୃଶ୍ୟ, ଟ୍ରଲିରେ ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | May 06, 2020 IST

ଯାଜପୁର ୬।୫ : କଣ୍ଟେନମେଣ୍ଟ ଅଞ୍ଚଳରେ ଅଭାବନୀୟ ଦୃଶ୍ୟ । ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର ଟ୍ରଲିରେ ବୋହି ନେଲେ ପରିବାର ଲୋକେ । ବରୀ ବ୍ଲକ୍ ବାଇଁସରିଆ ପଞ୍ଚାୟତର ବାଇଁସରିଆ ଗାଁର ୫ ନମ୍ବର ୱାର୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟ୍ରଲିରେ ବାଲିଆ ଛକ ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଇଛି । ପ୍ରଥମେ ବରୀ ରାମଚନ୍ଦ୍ରପୁର ମେଡିକାଲ ପରେ ଯାଜପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମହିଳା ଜଣଙ୍କ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବରୀ ବ୍ଲକ୍ ବାଇଁସରିଆ ପଞ୍ଚାୟତର ବାଇଁସରିଆ ଗାଁର ୫ ନମ୍ବର ୱାର୍ଡର ହୃଷିକେଶ ଓଝାଙ୍କ ପତ୍ନୀ କନକଲତା ଓଝାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲକୁ ନେବାପାଇଁ କୌଣସି ଗାଡି ଆସିନଥିଲା । ଫଳରେ ଆଶା ଦିଦି ଏବଂ ପରିବାର ଲୋକେ ଟ୍ରଲିରେ ପକାଇ ୫ କିଲୋମିଟର ଧରି ମେଡିକାଲ ନେଇଥିଲେ । ତେବେ ସେହି ଅଞ୍ଚଳ କଣ୍ଟେନମେଣ୍ଟେ ଅଞ୍ଚଳ ଥାଇ ମଧ୍ୟ କିପରି ମେଡିକାଲ ସୁବିଧା ଯୋଗାଇ ଦିଆଯାଇନାହିଁ ସେନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.