ମୟୁରଭଞ୍ଜରେ ପୁଣି ଖଟିଆରେ ବୁହା ହେଲେ ପ୍ରସୂତି ; ରାସ୍ତା ଖରାପ ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ
4/10/2018 at 11:08 AM

ମୟୁରଭଞ୍ଜ ୪|୧୦: ପୁଣି ଖଟିଆରେ ବୁହା ହେଲେ ପ୍ରସୂତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚାଉଳଘୋରି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାସ୍ତା ଖରାପ ଯୋଗୁଁ ପ୍ରସୂତିଙ୍କ ଘର ପାଖକୁ ପହଞ୍ଚି ପାରିଲାନି ୧୦୨ ଆମ୍ବୁଲାନ୍ସ ।
ସୂଚନା ଅନୁସାରେ ଗାଁର କାଲୁ ସିଂ ଙ୍କ ପତ୍ନୀ ଟୁନି ସିଂ ଆସନ୍ନ ପ୍ରସବା ଥିଲେ । ପ୍ରସବ ଯନ୍ତ୍ରଣା ହେବାରୁ ଘରଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ମାତ୍ର ରାସ୍ତା ଅତ୍ୟନ୍ତ ଖରାପ ଥିବା ଯୋଗୁଁ ଟୁନିଙ୍କ ପାଖରେ ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା । ବାଧ୍ୟ ହୋଇ ଘର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ ପ୍ରସୂତିଙ୍କୁ । ଗତ ୩ ଦିନ ତଳେ ମଧ୍ୟ ଗାଁରେ ସମାନ ଘଟଣା ଦେଖିବାକୁ ମିଳିଥିଲା ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023