ପୁଣି ଖଟିଆରେ ୨ କିଲେ।ମିଟର ବୁହା ହେଲେ ପ୍ରସୂତୀ

Published By : Prameya-News7 Bureau | August 26, 2018 IST

ନବରଙ୍ଗପୁର ୨୬/୮ : ପୁଣି ଖଟିଆରେ ବୁହା ହେଲେ ପ୍ରସୂତୀ । ରାସ୍ତା ନଥିବାରୁ କାଦୁଅ ପଚ୍ ପଚ୍ ରାସ୍ତାରେ ୨ କିଲେ।ମିଟର ପର୍ଯ୍ୟନ୍ତ ଖଟିଆରେ ବୁହା ହେଲେ ଗର୍ଭବତୀ । ନବରଙ୍ଗପୁର ଝରିଙ୍ଗା ବ୍ଲକ ଫୁଫୁଙ୍ଗା ପଞ୍ଚାୟତ ତାରାଯୋଡି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁର କୌଶଲ୍ୟା ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାରଲୋକ ଆମ୍ବୁଲାନ୍ସକୁ ଫେ।ନ୍ କରିଥିଲେ ମଧ୍ୟ ରାସ୍ତା ଭଲ ନଥିବାରୁ ଆସିପାରିନଥିଲା ଆମ୍ବୁଲାନ୍ସ । ଶେଷରେ ବର୍ଷାରେ ଭିଜିଭିଜି ପରିବାରଲୋକେ ଓ ଆଶାକର୍ମୀ ଖଟିଆରେ ବୋହି ବୋହି ୨ କିମି କାଦୁଅ ରାସ୍ତାରେ ଆଣିଥିଲେ । ମହିଳା ଜଣଙ୍କ ସେଠାରେ ହିଁ ପୁତ୍ର ସନ୍ତାନକୁ ପ୍ରସବ କରିଥିଲେ । ଏହାପରେ ଆମ୍ବୁଲାନ୍ସରେ ମା’ ଓ ଶିଶୁଙ୍କୁ ଇଚ୍ଛାପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ଗତକାଲି ମଧ୍ୟ ଝରୀଗାଁ ବ୍ଲକ୍ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ବାଗବେଡା ଗାଁରେ ଦେଖିବାକୁ ମିଳିଥିଲା ସମାନ ଚିତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.