T20 World Cup 2022: କ୍ରିକେଟ୍‌ର ଭଗବାନଙ୍କ ଭବିଷ୍ୟତବାଣୀ- ଏହି ୪ ଦଳ ପହଞ୍ଚି ପାରନ୍ତି ସେମି ଫାଇନାଲ୍‌ରେ

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପ୍‌କୁ ନେଇ ବଡ ଭବିଷ୍ୟତବାଣୀ କଲେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର। ସଚିନ ସେହି ଚାରୋଟି ଦଳଙ୍କ ନାଁ କହିଛନ୍ତି, ଯେଉଁମାନେ ଟି-୨୦ ବିଶ୍ଵ କପ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିପାରନ୍ତି। ଆଉ ଏହି ଚାରୋଟି ଦଳ ହେଉଛି ଆୟୋଜକ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ ଏବଂ ଭାରତ। ତେବେ ତାଙ୍କ ଇଚ୍ଛା ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ କପ୍ ଜିତୁ।

ବ୍ରିଟିଶ ଖବରକାଗଜ  ଟେଲିଗ୍ରାଫ ସହ ଆଲୋଚନା ବେଳେ କହିଛନ୍ତି, ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଟି-୨୦ ବିଶ୍ଵ କପ୍‌ର ସେମି ଫାଇନାଲ୍‌ରେ ପହଞ୍ଚିବେ। ଭାରତ, ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ସୁପର ୧୨ରେ ଗ୍ରୁପ ବିରେ ଥିବା ବେଳେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗ୍ରୁପ ଏରେ ରହିଛନ୍ତି। ଭାରତ ଘରୋଇ ମାଟିରେ ଟି-୨୦ ଶୃଙ୍ଖଳା ଜିତିବା ପରେ ବିଶ୍ଵ କପ୍‌ରେ ପାଦ ଦେଇଛି। ଦଳ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ।

ସଚିନ ଏହା ମଧ୍ୟ କହିଛନ୍ତି, ଗତ ସଂସ୍କରଣର ଉପ ବିଜେତା ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରେ ଚୋକର୍ସ ସାବ୍ୟସ୍ତ ହୋଇ ପାରନ୍ତି। ଅଷ୍ଟ୍ରେଲିଆରେ ସମସ୍ତ ପିଚ୍ ପ୍ରାୟତଃ ସମାନ। ଆଉ ଏହାର ଫାଇଦା ଉଠାଇ ପାରନ୍ତି ଉପରୋକ୍ତ ଚାରୋଟି ଦଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.