ଜଗତସିଂହପୁର ୧୭।୦୩: ଜଗତସିଂହପୁର କରୋନା ଭୁତାଣୁ ସଂକ୍ରମଣ କୁ ନିୟତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷପ ଗ୍ରହଣ କରାଯାଇଛି । ଜିଲ୍ଲାରେ କରୋନା ମୁକାବିଲା ନେଇ କଣ ସବୁ ପଦକ୍ଷେପ ନିଆଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ରଖିଛନ୍ତି ଜିଲ୍ଲାପାଳ ।
{"id":239859,"sizeSlug":"large"}ମଙ୍ଗଳବାର ଦିନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସାମ୍ବାଦିକ ସମିଳନୀରେ କରିଛନ୍ତି । ଜିଲ୍ଲାର ପାରାଦୀପ ଓ ଜଗତସିଂହପୁର ସହର ସମେତ ଏହାର ଆଖପାଖ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି । ଶାରଳା ମନ୍ଦିର,ଗୋରଖନାଥ ମନ୍ଦିର, ଧ୍ୟାନକୁଦ ଜଗନ୍ନାଥ ମନ୍ଦିର, ଶିଆଳି ବେଳାଭୂମି ସହ ଅନ୍ୟାନ୍ୟ ମଠ,ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ କଟକଣା ଜାରି କରାଯାଇଛି । ସଭା,ସମିତି,ବିବାହ ଭୋଜି,ସପିଙ୍ଗ ମଲ ଆଦିରେ ଲୋକ ଏକାଠି ନହେବାକୁ ନିର୍ଦେଶ ଦିଆଯାଇଛି । ସ୍କୁଲ,କଲେଜ ବନ୍ଦ ଥିବା ବେଳେ ବିଭିନ୍ନ କୋଚିଂ ସେଣ୍ଟରକୁ ମଧ୍ୟ ବନ୍ଦ କରାଯାଇଛି ।
{"id":239860,"sizeSlug":"large"}ଗ୍ରାମାଞ୍ଚଳରେ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକ ଆଇସୋଲେସନ ୱାର୍ଡ ଭାବରେ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲାରେ ମୋଟ ୨୭ ଜଣ ବିଦେଶରୁ ଫେରନ୍ତା ଲୋକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଖୋଜା ଚାଲିଥିବାର ଜିଲାପାଳ ସୂଚନା ଦେଇଛନ୍ତି । ଗୁଜବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିବା ସହ କଳା ବଜାରୀ ରୋକିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।ସେହିପରି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସହ ପ୍ରତିଦିନ ୩ଟି ସିପ୍ଟରେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।