ବଢିଲା ଅଡୁଆ, ଇଡିରେ ହାଜର ହେଲେ ପ୍ରୟାସକାନ୍ତି ସାମଲ

Published By : Prameya-News7 Bureau | March 05, 2024 IST

ଭୁବନେଶ୍ୱର ୦୫।୦୩ : ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା । ଇଡିରେ ହାଜର ହେଲେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ପୁଅ । ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ପ୍ରଫୁଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ।

wp:embed {"url":"https://www.prameyanews7.com/prafull-samal-in-ed-office/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prafull-samal-in-ed-office/
/wp:embed

ଖବର ଅନୁଯାୟୀ,  ଭଦ୍ରକ ବରପଦା ଇଞ୍ଜିନିୟରିଂ ଜମି ଦୁର୍ନୀତି ଘଟଣା । ସମନ ପରେ ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲ ପୁଅ ପ୍ରୟାସକାନ୍ତି । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ନେଇ ହୋଇଥିଲା ଅଭିଯୋଗ । ପୂର୍ବରୁ ଭଦ୍ରକ ଓ ଭୁବନେଶ୍ୱରରେ ରେଡ୍‌ କରିଥିଲା ଇଡି । ପାଖାପାଖି ପ୍ରାୟ ୧୦ଟି ସ୍ଥାନରେ ମଧ୍ୟ ଇଡି ରେଡ୍‌ କରିସାରିଛି । ପ୍ରୟାସକାନ୍ତିଙ୍କ ଘରୁ କାର ସହ ୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି । ପୂର୍ବରୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ ଇଡିରେ ହାଜର ହୋଇଥିଲେ । ଦୀର୍ଘ ସମୟରେ ଧରି ପ୍ରଫୁଲ ସାମଲଙ୍କ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ଏବେ ପୁଅ ପ୍ରୟାସକାନ୍ତି ସାମଲ ଇଡିରେ ହାଜର ହୋଇଛନ୍ତି ।  

wp:embed {"url":"https://www.prameyanews7.com/bolero-fall-in-well-at-patna/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bolero-fall-in-well-at-patna/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.