କରୋନା କାଳରେ ସରକାରୀ ଅଧିକାରୀ ଦେଖାଉଛନ୍ତି ମାନବିକତା, ୧୨୫ ରୁ ଅଧିକ ମୃତଦେହର କରିସାରିଲେଣି ସଂସ୍କାର

Published By : Prameya-News7 Bureau | June 28, 2021 IST

ପ୍ରୟାଗରାଜ ୨୮/୬ : କରୋନା କାଳରେ କେଉଁଠି ମାନବିକତା ହଜିଯାଉଛି ତ ଆଉ କେଉଁଠି ନିଜର ଲୋକେ ବି କରିଦେଉଛନ୍ତି ପର । ଆଉ କେଉଁଠି କରୋନା ଶିକାର ହୋଇ ଅନାଥ ହୋଇଯାଉଛନ୍ତି ପିଲା । ଏହାରି ଭିତରେ ମାନବିକତାର ପରିଚୟ ଦେଖାଉଛନ୍ତି ଜଣେ ସରକାରୀ କର୍ମଚାରୀ । ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଜଣେ ଅଫିସର । ଏହି ଦେବଦୂତ ଜଣଙ୍କ ହେଉଛି ପ୍ରାୟଗରାଜ ମହାନଗର ନିଗମର ଜୋନାଲ ଅଫିସର ନିରଜ କୁମାର ସିଂହ ।

ନିରଜ ଗତ ୧୦ ସପ୍ତାହରେ ୧୨୦ରୁ ଅଧିକ ମୃତଦେହ ଦାହ କରିସାରିଲେଣି । ସେଥିମଧ୍ୟରୁ ଅନେକ କରୋନା ସଂକ୍ରମିତ ମଧ୍ୟ ରହିଥିଲେ । ନୀରଜ କୁମାର ଗତ ଦୁଇ ସପ୍ତାହ ଧରି ପ୍ରତିଦିନ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କବରରୁ ଅଜ୍ଞାତ ଶବ ବାହାର କରି ସେମାନଙ୍କୁ ରୀତିନୀତି ଅନୁଯାୟୀ ଶବଦାହ କରିଥାନ୍ତି । ନୀରଜ ନିଜେ ନିଜ ହାତରେ କବରରୁ ବାହାର କରିଥାନ୍ତି ମୃତଦେହ । ଏପରିକି ନିଜେ ସମସ୍ତ ରୀତିନୀତି ମଧ୍ୟ କରିଥାନ୍ତି ।

wp:gallery {"ids":[472544],"linkTo":"none"} /wp:gallery

ହାତରେ ନିଆଁ ଲଗାଇବା, ଜୁଇର ଚାରିପଟେ ଘୂରି ବୁଲିବା ସମୟରେ ମନ୍ତ୍ର ପାଠ କରିବା, ଏବଂ ପରେ ଭଗବାନଙ୍କୁ ଅଗ୍ନି ଦେବା ଭଳି ସମସ୍ତ କାର୍ଯ୍ କରିଥାନ୍ତି । ଯେପର୍ଯ୍ୟନ୍ତ ମୃତଦେହ ସମ୍ପୂର୍ଣ୍ଣ ଜଳି ନ ଯାଏ, ନୀରଜ ସେଠାରେ ଜୁଇ ନିକଟରେ ବସିରହିଥାନ୍ତି । କାଠ ସହିତ, ଘିଅ ଅନ୍ୟାନ୍ୟ ଜିନିଷଗୁଡିକ ବି ଯୋଗାଇ ଦେଇଥାନ୍ତି । କେବଳ ସେତିକି ନୁହେଁ ଶବଦାହ ପରେ ପାଉଁଶକୁ ମୋକ୍ଷ ଗଙ୍ଗାରେ ବୁଡ଼ାଇ ତାଙ୍କ ପରିତ୍ରାଣ ପାଇଁ ପ୍ରାର୍ଥନା କରନ୍ତି ।

ଅନେକ ମୃତ ଦେହରୁ ବାହାରୁଥିବା ଦୁର୍ଗନ୍ଧ ସତ୍ତ୍ୱେ ସେ କଦାପି ବିଚଳିତ ହୁଅନ୍ତି ନାହିଁ । ଗଙ୍ଗାର ଜଳ ସ୍ତର ବୃଦ୍ଧି ପରେ ନୀରଜଙ୍କୁ ଆଜିକାଲି ପ୍ରତିଦିନ ଏକ ଡଜନରୁ ଅଧିକ ମୃତଦେହକୁ ଶବଦାହ କରିବାକୁ ପଡୁଛି । ଏପରିକି ସେ ଅଜଣା ମୃତ ଦେହର ଶବସତ୍କାର ସମୟରେ ନିଜ ଲୋକ ଭଳି ୨ ଠୋପା ଲୁହ ବି ବୁହାଇଥାନ୍ତି। ସତେ ଯେମିତି ତାଙ୍କର କେହି ସମ୍ପର୍କୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.