ପାଠ ଓକିଲାତି-ପେଟ ପାଇଁ କ୍ଷେତରେ ଖଟୁଛନ୍ତି ପ୍ରଭାତୀ: ସହଯୋଗର ହାତ ବଢ଼ାଇଲେ ସାମାଜସେବୀ ଓ ଯବାନ

Published By : Prameya-News7 Bureau | December 03, 2020 IST

ଭଦ୍ରକ୩/୧୨: ଚାଷ ଜମିରେ ଧାନ ପାଚିଲା ଧାନ କାଟିଲେ ଆଇଟିବିପି ଯବାନ ଏବଂ ଜୀବନ ଜ୍ୟୋତି ସଙ୍ଗଠନ ସଦସ୍ୟ। ବାପାଙ୍କ ଦେହାନ୍ତ ପରେ ପିଲାଙ୍କୁ ଟ୍ୟୁସନ କରିବା ସହ ଚାଷ କରି ମାଆ-ଝିଅ ୨ ଜଣ ନିଜର ଗୁରୁରାଣ ମେଣ୍ଟାଉଛନ୍ତି। ଏଭଳି ପରିସ୍ଥିତିରେ ଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ସଂଗଠନ ଏବଂ ସେନାର ଯବାନ। ଭଦ୍ରକ ଜିଲ୍ଲା ତିହିଡି ରାଜନଗର ପଞ୍ଚାୟତ ଅନ୍ତର୍ଗତ ଗଦି ଅଞ୍ଚଳର ଜଣେ ଅସହାୟ ଏବଂ ବାପା ଛେଉଣ୍ଡ ଝିଅ ପ୍ରଭାତୀ ନାୟକ ନିଜ ଉଦ୍ୟମ ବଳରେ ପରିବାର ବୋଝ ବୋହି ଚାଲିଛନ୍ତି। ପରିବାର କହିଲେ, ମାଆ-ଝିଅ ୨ ଜଣ।

{"id":372024,"sizeSlug":"large"}

ପ୍ରଭାତୀଙ୍କ ଇଚ୍ଛାଶକ୍ତି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି। ବାପା ଚାଲିଯିବା ପରେ ମାଆ-ଝିଅ ୨ ଜଣ ସଂଘର୍ଷ କରି ବଞ୍ଚିବା ଶିଖୁଛନ୍ତି। ପରିବାରର ଏଭଳି ଅଭାବ-ଅନଟନ ଦେଖି ପ୍ରଭାତୀ ଚାଷ କରିଥିଲେ। ପାଖରେ ପଇସା ନ ଥିବାରୁ, ଜମିରେ ଲୋକ ପକାଇ ପାରିନଥିଲେ । ତେଣୁ ବହୁ କଷ୍ଟରେ ନିଜେ ପାଚିଲା ଧାନ କାଟୁଛନ୍ତି।  ଟ୍ୟୁସନ କରି ବହୁ କଷ୍ଟରେ ସେ ଆଇନ୍ ବା ଲ, ପାସ୍‌ କରିଛନ୍ତି।  ଆଉ ବର୍ତ୍ତମାନ ନିଜେ ଜଣେ ସୁଦକ୍ଷ ଓକିଲ ହେବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।

{"id":372026,"sizeSlug":"large"}

ଏହି ଖବର ଜାଣିବା ପରେ ତିହିଡି ଅଞ୍ଚଳର ଆଇଟିବିପି ଯବାନ ଜ୍ୟୋତିର୍ମୟ ପାଣ୍ଡଵ ଓ ତିହିଡିର ଜୀବନ ଜ୍ୟୋତି ସଙ୍ଗଠନ ଉକ୍ତ ଜମିରେ ପହଞ୍ଚି ପ୍ରଭାତୀଙ୍କୁ ସହଯୋଗର ହାତ ବଢାଇଛନ୍ତି। ଚାଷ ଜମିରେ ପ୍ରଭାତୀଙ୍କ ସାଙ୍ଗରେ ପାଚିଲା ଧାନ କାଟିଥିଲେ । ଯେଉଁଥିପାଇଁ ଝିଅର କଷ୍ଟ ହାଲକା କରିବାରେ ସକ୍ଷମ ହୋଇଛନ୍ତି। ବାପା ଛେଉଣ୍ଡ ଝିଅଟି ନିଜେ ସଂଘର୍ଷ କରି ଧାନ କାଟିବା, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

{"id":372028,"sizeSlug":"large"}

ଏଥିସହ ତାଙ୍କୁ ଏହି ଧାନ କଟାରେ ସହଯୋଗ କରିଥିବା ଆଇଟିବିପିର ଯବାନ ଓ ଜୀବନ ଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେବା ସହ ସରକାରୀ ଆର୍ଥିକ ସହାୟତା ମିଳିପାରିଲେ ଓକିଲାତି କରିବା ଲକ୍ଷ୍ୟ ପୂରଣ ହେବ ବୋଲି ପ୍ରଭାତୀ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.