WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

CBI ଚାର୍ଜଫ୍ରେମ୍‌ ନେଇ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ ; କହିଲେ- ସମୟକୁ ଅପେକ୍ଷା କରନ୍ତୁ..ସମୟ ବଡ଼ ବଳବାନ

24/09/2023 at 2:06 PM

କଟକ ୨୪।୦୯: ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲା । ଚୌଦ୍ୱାର କଟକ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ବିରୁଦ୍ଧରେ ଭୁବନେଶ୍ୱରର ସିବିଆଇ କୋର୍ଟ-୧ ବିଭିନ୍ନ ଦଫାରେ ଚାର୍ଜଫ୍ରେମ୍ କରିଛନ୍ତି । ଓଡ଼ିଶା ହାଇକୋର୍ଟ ଗତ ଏପ୍ରିଲ ମାସରେ ପ୍ରଭାତ ବିଶ୍ୱାଳଙ୍କ ବିରୁଦ୍ଧରେ ୨ମାସ ମଧ୍ୟରେ ଚାର୍ଜଫ୍ରେମ୍ କରିବା ସହ ମାମଲାର ଶୁଣାଣି ବର୍ଷକ ମଧ୍ୟରେ ଶେଷ କରିବାକୁ ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ।

ସେ କହିଛନ୍ତି ଯେ, ମାମଲାରେ ଏବେ କୋର୍ଟରେ ଅଛି । ଆଇନ ତା ବାଟରେ ଯାଉଛି । ଧର୍ମର ନିଶ୍ଚିନ୍ତ ଭାବେ ଜୟ ହେବ । ଏହା ଏକ ଜମିଜମା ମାମଲା । ସମୟ ଆସୁ ଦେଖିବେ, ସବୁ ଠିକ୍‌ ହୋଇଯିବେ । ମୁଁ ପୂର୍ବରୁ ଯାହା କହୁଥିଲି, ଆଜିବି ସେଇଆ ହିଁ କହୁଛି । ମାମଲାର ଫୈସଲା ତୁରନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୬ ମାସ ବିଳମ୍ବରେ ଚାର୍ଜଫ୍ରେମ୍‌ ଦାଖଲ କରାଯାଇଛି । ସମୟ ବଡ଼ ବଳବାନ । ସମୟ ସବୁ କଥାର ଜୟ ହେବ ….

   Related Posts