scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡିପ୍ରେସନ୍‌ରେ ଥିଲେ ପ୍ରତ୍ୟୁଷା ବାନାର୍ଜୀ, କୋର୍ଟ କହିଲେ-ରାହୁଲ ତାଙ୍କ ଜୀବନକୁ ନର୍କ କରି ଦେଇଥିଲେ

2/09/2023 at 11:46 AM

ମୁମ୍ଵାଇ ୦୨।୦୯: ଟିଭିର ଲୋକପ୍ରିୟ ଶୋ ‘ବାଲିକା ବଧୂ’। ଏହାର ମୁଖ୍ୟ ଅଭିନେତ୍ରୀରେ ନଜର ଆସିଥିଲେ ପ୍ରତ୍ୟୁଷା ବାନାର୍ଜୀ। ବର୍ତ୍ତମାନ ତାଙ୍କ ଆତ୍ମହତ୍ୟାକୁ ନେଇ ବଡ଼ ବୟାନ ଦେଇଛନ୍ତି କୋର୍ଟ। ଏହି ମାମଲାରେ ଜଡିତ ବୟଫ୍ରେଣ୍ଡ ରାହୁଲ ସିଂହଙ୍କ ଏକ ଆବେଦନକୁ ଖାରଜ୍ କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ସେ ଦାୟୀ ବୋଲି ଦର୍ଶାଇଛନ୍ତି। କୋର୍ଟ କହିଛନ୍ତି ରାହୁଲ ହିଁ ତାଙ୍କ ଜୀବନକୁ ନର୍କ କରି ଦେଇଥିଲେ। ଯେଉଁଥିପାଇଁ ସେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ।

ପ୍ରତ୍ୟୁଷା ଅପ୍ରେଲ ୧, ୨୦୧୬ରେ ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଅଭିନେତ୍ରୀଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି  ଅଭିନେତା ତଥା ଇଭେଣ୍ଟ ଆୟୋଜକ ରାହୁଲଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ରାହୁଲ ପରବର୍ତ୍ତୀ ସମୟରେ ଜାମିନରେ ଆସିଥିଲେ । ହେଲେ ବର୍ତ୍ତମାନ ମୁମ୍ୱାଇ କୋର୍ଟରେ ଏହି ମାମଲା ଉପରେ ଏକ ଶୁଣାଣି ହୋଇଥିଲା। ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ କୋର୍ଟରେ ରାହୁଲ ଆବେଦନ କରିଥିଲେ।

ହେଲେ ଅଦାଲତ ଏ ଉପରେ ଶୁଣାଣି କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ରାହୁଲ ଦାୟୀ କରିଛନ୍ତି। କୋର୍ଟ ଏନେଇ କହିଛନ୍ତି ଯେ, ରାହୁଲ ପ୍ରତ୍ୟୁଷାଙ୍କୁ ଶାରୀରିକ, ମାନସିକ, ଆର୍ଥିକ ନିର୍ଯ୍ୟାତନା ସହ ଶୋଷଣ କରିଥିଲେ। ତାଙ୍କ ଜୀବନକୁ ଏକ ପ୍ରକାର ନର୍କ କରି ଦେଇଥିଲେ। ଏପରି ନିର୍ଯାତନା ଦେଇଥିଲେ ଯେ, ଯାହା ଫଳରେ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ।

   Related Posts