ମହାତ୍ମା ଗାନ୍ଧୀଙ୍କ ବାୟୋପିକ୍ରେ ନଜର ଆସିବେ ପ୍ରତୀକ୍ ଗାନ୍ଧୀ, ରାମଚନ୍ଦ୍ର ଗୁହାଙ୍କ ଦୁଇ ପୁସ୍ତକ ଉପରେ ଆଧାରିତ ହେବ ଏହି ସିରିଜ୍
20/05/2022 at 8:07 AM

ନୂଆଦିଲ୍ଳୀ ୨୦।୦୫: ଫିଲ୍ମ ନିର୍ମାତା ହନସଲ ମେହେତାଙ୍କ ନିର୍ଦ୍ଦେଶିତ ‘ସ୍କାମ ୧୯୯୨: ଦ ହର୍ଷଦ ମେହେତା ଷ୍ଟୋରୀ’ରୁ ଲୋକପ୍ରିୟ ହୋଇଥିବା ପ୍ରତୀକ ଗାନ୍ଧୀଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି। ତାହା ସତ୍ୟ, ପ୍ରେମ ଏବଂ ଅହିଂସା ପଥରେ ଚାଲିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅପଲଜ୍ ଏଣ୍ଟରନେମେଣ୍ଟ ‘ଗାନ୍ଧୀ’ର ଜୀବନ ଉପରେ ଏକ ବାୟୋପିକ୍ ଘୋଷଣା କରିଛି । ମହାତ୍ମା ଗାନ୍ଧୀ ତାଙ୍କର ଅସାଧାରଣ ଦକ୍ଷତା କାର୍ଯ୍ୟ ସହିତ ଭାରତୀୟ ଇତିହାସର ଗତିପଥକୁ ବଦଳାଇଥିଲେ । ଯାହା ବିଶ୍ଵର ପ୍ରତି ପିଢିକୁ ପ୍ରବାବିତ କରିଥିଲା।
ଏହି ବାୟୋପିକ୍ ଏକ ୱେବ୍ ସିରିଜ୍ ଭାବରେ ନିର୍ମିତ ହେବ। ବିଶେଷ କଥା ହେଉଛି ଏହି ସିରିଜ୍ଟି ଦେଶର ପ୍ରସିଦ୍ଧ ଐତିହାସିକ ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କ ଦୁଇଟି ପୁସ୍ତକ ଉପରେ ଆଧାରିତ ହେବ। ଏହି ପୁସ୍ତକଗୁଡ଼ିକର ନାମ ହେଉଛି ‘ଗାନ୍ଧୀ ବିଫୋର ଇଣ୍ଡିଆ ‘ ଏବଂ ‘ଗାନ୍ଧୀ -ଦ ଇୟର୍ସ ଦ୍ୟାଟ୍ ଚେଞ୍ଜ ଦ ୱାର୍ଲଡ୍ । ଏଥିରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ଭାରତୀୟ ସ୍ୱାଧୀନତାର ଏକ ବିସ୍ତୃତ କାହାଣୀ ରହିବ।

ଅପଲଜ୍ ଏଣ୍ଟରଟେନମେଣ୍ଟ ଏହି ସିରିଜ୍ ପାଇଁ ଉଭୟ ବହିକୁ କିଣିଛନ୍ତି । ଏହି ୱେବ୍ ସିରିଜ୍ରେ ପ୍ରତୀକ ଗାନ୍ଧୀଙ୍କୁ ‘ମହାତ୍ମା ଗାନ୍ଧୀ’ର ଭୂମିକାରେ ଦେଖିବାକୁ ମିଳିବ। ମହାତ୍ମା ଗାନ୍ଧୀଙ୍କ ପ୍ରାରମ୍ଭ ଦିନରୁ ଦକ୍ଷିଣ ଆଫ୍ରିକାରେ ତାଙ୍କର କାର୍ଯ୍ୟ ଏବଂ ତାଙ୍କର ମହାନ ସଂଗ୍ରାମ ପର୍ଯ୍ୟନ୍ତ ଜୀବନର କିଛି କାହାଣୀ ମଧ୍ୟ କୁହାଯିବ ।
ଏହି ୱେବ୍ ସିରିଜ୍କୁ ନେଇ ଅଭିନୟ କରିବା ପାଇଁ ପ୍ରତୀକ ଗାନ୍ଧୀ କହିଛନ୍ତି, “ମୁଁ ଗାନ୍ଧୀ ଦର୍ଶନ ଏବଂ ଏହାର ମୂଲ୍ୟବୋଧକୁ ବହୁତ ବିଶ୍ୱାସ କରେ। ବ୍ୟକ୍ତିଗତ ଭାବରେ ମଧ୍ୟ, ମୁଁ ମୋର ଦ ଦୈନିକ ଜୀବନରେ ତାଙ୍କର ଅନେକ ଗୁଣ ଏବଂ ଶିକ୍ଷା ହାସଲ କରିବାକୁ ଚେଷ୍ଟା କରୁଛି । ମୋର ଥିଏଟର ଦିନରୁ ମହାତ୍ମାଙ୍କ ଭୂମିକାରେ ଅଭିନୟ କରିବା ବହୁତ ଇଚ୍ଛା ଥିଲା । ତାହା ବର୍ତ୍ତମାନ ପୂରଣ ହେବାକୁ ଯାଉଛି ।