ପ୍ରତିଦିନ ମରି ମରି ବଞ୍ଚିଛନ୍ତି ଗ୍ରାମବାସୀ...

Published By : Prameya-News7 Bureau | February 27, 2020 IST

ରାୟଗଡ଼ା୨୭/୨: ନଈରେ ରାୟଗଡା ଜିଲ୍ଲାର ନଦୀ ତଟବର୍ତ୍ତୀ ଗାଁ । କୌଣସି ବି ମୁହୁର୍ତ୍ତରେ ନଦୀ ଗର୍ଭରେ ଲୀନ ହୋଇପାରେ ଅନେକ ଗାଁ । କାରଣ ଭୂସ୍ଖଳନ ଘଟି ନଦୀ ଗୁଡିକର ଗତିପଥ ବଦଳୁଛି । ଯାହାକୁ ନେଇ ଚିନ୍ତାରେ ନଈକୂଳିଆ ।

{"id":229976,"sizeSlug":"large"}

ବଢୁଛି ଭୁସ୍ଖଳନ, ବିପଦସଙ୍କୁଳ ଅବସ୍ଥାରେ ରାୟଗଡା ଜିଲ୍ଲାର ୫୫ ଖଣ୍ଡ ଗାଁ । କୂଳ ଖାଉଛି ଜିଲ୍ଲାର ପ୍ରମୁଖ ନଦୀ ବଂଶଧାରା, ନାଗାବଳି, କଲ୍ୟାଣୀ ଓ ଝାବତି । ସବୁଠାରୁ ଗୁରୁତ୍ବପୂର୍ଣ କଥାହେଲା ରାୟଗଡା ସହର ଭିତରେ ମଧ୍ୟ ନାଗାବଳୀ ନଦୀ କୂଳ ଧସି ବିପଦ ସୃଷ୍ଟି କରି ଚାଲିଛି। ନଦୀଗୁଡ଼ିକର ବିଭିନ୍ନ ସ୍ଥାନରେ ମାଳବନ୍ଧ ଏବଂ ଆଡ଼ିବନ୍ଧ ବନ୍ଧ ନଥିବାରୁ ଜନବସତି ପ୍ରତି ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି । ସେପଟେ ପ୍ରତିବର୍ଷ ଭୁସ୍ଖଳନ ଘଟି କୂଳ ଖାଇବା ଯୋଗୁଁ ସ୍ଥିତି ସଙ୍ଗୀନ ।  ଅନେକ ଚାଷଜମି ମଧ୍ୟ ନଦୀ ଗର୍ଭରେ ଲୀନ ହୋଇଗଲାଣି । ଯାହାକୁ ନେଇ ଚିନ୍ତାରେ ନଈକୂଳିଆ ।

{"id":229980,"sizeSlug":"large"}

ଜିଲ୍ଲାବାସୀଙ୍କ  ସୁରକ୍ଷା ପାଇଁ  ଜଳସମ୍ପଦ ବିଭାଗ ତରଫରୁ ୯୪ କୋଟି ୨୩  ଲକ୍ଷ ଟଙ୍କା ବ୍ୟୟରେ ୧୬ ଟି ପ୍ରକଳ୍ପର ଆକଳନ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ୨୦୧୪ରେ ଏହା ପଠାଯାଇଥିବା ବେଳ ରାଜ୍ୟ ବୈଷୟିକ ପରାମର୍ଶ ଦାତା କମିଟି ପକ୍ଷରୁ ଅନୁମୋଦନ ଲାଭ କରିଛି । କିନ୍ତୁ ଏଯାଏ ଅର୍ଥ ଉପଲବ୍ଧ କରାଯାଉ ନାହିଁ । ରାଜ୍ୟ ଅର୍ଥ ବିଭାଗ ଓ ଜଳସମ୍ପଦ ବିଭାଗ ମଧ୍ୟରେ ତାଳମେଳ ଅଭାବ ଯୋଗୁଁ ପ୍ରକଳ୍ପ କାମ ଆଗକୁ ବଢି ପାରୁନି । ଅନ୍ୟପଟେ ତୁରନ୍ତ ଅନୁମୋଦନ ପାଇଁ ଦୃଢ ପଦକ୍ଷେପ ନିଆଯାଉଥିବାକ ହିଛନ୍ତି ଜଳସମ୍ପଦ ବିଭାଗ ନିର୍ବ।ହୀ ଯନ୍ତ୍ରୀ ।

{"id":229985,"sizeSlug":"large"}

ପ୍ରକକୁଳ୍ପ ଅନୁମୋଦନ ମିଳୁନଥିବା ବେଳେ ଖର୍ଚ୍ଚ ବୃଦ୍ଧି ପାଇଯିବ। ଯାହାକି ୧୧୫ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତବେ ଦେଖିବାର କଥା କେବେ ଏହାକୁ ଅନୁମୋଦନ ମିଳୁଛି । ଆଉ ନଈକୂଳିଆଙ୍କୁ ସୁରକ୍ଷା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.