suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଫେସ୍‌ବୁକ୍‌ରୁ ଫୋନ୍‌ ନମ୍ବର ତା ପରେ ପ୍ରେମ ଆଉ ଅନ୍ତରଙ୍ଗ…ସୀମା ଟପିଗଲା ପରେ କାଠଗଡ଼ାରେ ସଂପର୍କ

5/11/2020 at 1:30 PM

କୁଜଙ୍ଗ ୦୫।୧୧: ଫେସ୍‌ବୁକ୍‌ରୁ ପରିଚୟ । ପରେ ମୋବାଇଲ ନମ୍ୱର ଦେବା ନେବା ଆଉ ଘଣ୍ଟା ଘଣ୍ଟା କଥାବାର୍ତ୍ତା । ବଢ଼ିଲା ପ୍ରେମ, ସମ୍ପର୍କ ହେଲା ନିବିଡ଼ । ହଠାତ୍‌ ପ୍ରେମିକ ଆସି ପହଞ୍ଚିଗଲା ପ୍ରେମିକାର ଘରେ । ଏକୁଟିଆ ଥିବାର ସୁଯୋଗ ନେଇ ବିବାହର ପ୍ରତିଶ୍ରୁତି ଦେଇ ରଖିଲା ଶାରୀରିକ ସମ୍ପର୍କ । ଏମିତି ଚାଲିଲା ୨ ବର୍ଷ । ଖାଲି ସେତିକି ନୁହେଁ, ପରେ ମେଡିସିନ୍‌ ଦେଇ ପ୍ରେମିକାର ଅନିଚ୍ଛା ସତ୍ୱେ  କରାଇଲା ଗର୍ଭପାତ । ହଠାତ୍‌ ଗତକାଲି ପ୍ରେମିକାର ଘରେ ପହଞ୍ଚି ପ୍ରେମିକାକୁ ଜବରଦସ୍ତ ବାଇକ୍‌ରେ ବସାଇ ନେଇଯାଉଥିଲା ସ୍ମାର୍ଟସିଟି ଭୁବନେଶ୍ୱରର ପଟିଆ ଅଞ୍ଚଳରେ ସେ ରହୁଥିବା ଭଡ଼ା ଘରକୁ । ବାଟରେ କୁଜଙ୍ଗ ଥାନା ଅଧୀନ ପଙ୍କପାଳ ନିକଟରେ ହୋଇଥିଲା ବଚସା, ଯୁକ୍ତିତର୍କ । ଆଉ ପ୍ରେମିକାର ହାତକୁ ଏକ ଛୁରିରେ କାଟି ଦେଇଥିଲା ତଥାକଥିତ ପ୍ରେମିକ। କୁଜଙ୍ଗ ଥାନାରେ ନ୍ୟାୟ ପାଇବା ପାଇଁ ଲମ୍ପଟ ଯୁବକଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣଛନ୍ତି ପୀଡ଼ିତା।

ଜଗତସିଂହପୁର ଜିଲ୍ଲା ସାଇଁତୋଳ ଗାଁର ଅନିଲ ଦାସ ଫେସ୍‌ବୁକ୍‌ ମାଧ୍ୟମରେ କୁଜଙ୍ଗ ଥାନା ଅଞ୍ଚଳର ଯୁବତୀଙ୍କ ସହ ପ୍ରଥମେ ପରିଚୟ ହୋଇଥିଲା । ତା’ପରେ ମୋବାଇଲ ନମ୍ୱର ନେଲା,  ପରେ କିଛି ଦିନ କଥା ହେବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ପରେ ଯୁବତୀଙ୍କୁ ଭୁବନେଶ୍ୱରକୁ ନେଇ ପଟିଆର ଏକ ହୋଟେଲ୍‌ରେ ୩ରୁ ୪ ଦିନ ଲେଖାଏଁ ରଖି ଶାରୀରିକ ସମ୍ପର୍କ ରଖିଥିଲା। ଯୁବତୀ ଗର୍ଭପାତ ହେବା ଖବର ଯୁବକକୁ ଜଣାଇଲା ପରେ ଯୁବକ ଜବରଦସ୍ତ ମେଡିସିନ୍‌ ଖୁଆଇ ଗର୍ଭପାତ କରାଇଥିଲା ।

ଗତକାଲି ଲମ୍ପଟ ଯୁବକ ଯୁବତୀଙ୍କୁ ବାଇକ୍‌ରେ ଭୁବନେଶ୍ୱର ନେବା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ହଠାତ୍‌ ଏକ ଛୁରିରେ ପ୍ରେମିକାଙ୍କ ହାତକୁ ଆକ୍ରମଣ କରିବା ସହ ମାରିଦେବାର ଧମକ ଦେଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଗତକାଲି ଯୁବତୀଙ୍କ ଅଭିଯୋଗ ପରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇଥିଲା । ଆଜି କୁଜଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ ପରେ କୁଜଙ୍ଗ ପୁଲିସର ଏକ ଟିମ୍‌ ସମ୍ପୃକ୍ତ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

ଘଟଣା ସମ୍ପର୍କରେ କୁଜଙ୍ଗ ଥାନା ଅଧିକାରୀ ପାରୋଓ ଟୁଡୁ କହିଛନ୍ତି, ସମ୍ପୃକ୍ତ ଯୁବକକୁ ଭୁବନେଶ୍ୱର ଆଣି ଥାନାରେ ଅଟକ ରଖାଯାଇଛି । ଏହି ଘଟଣା ଏବେ ରହସ୍ୟ ଘେରରେ ରହିଛି । ଗୋଟିଏ ପକ୍ଷେ ପ୍ରେମିକା ଜଣକ ସମ୍ପୃକ୍ତ ଯୁବକଙ୍କୁ ବିବାହ କରିବାକୁ ଜିଦ୍‌ କରିବା ଓ ସେ ରାଜି ନହେବାରୁ ନିଜେ ଯୁବତୀ ହାତ କାଟିଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । ଏଣେ ଆଜି ଯୁବତୀ କରିଥିବା ଅଭିଯୋଗ ମଧ୍ୟରେ ତାଳମେଳ ରହୁ ନଥିବାରୁ ପୁଲିସ ଅକଳିଆରେ ପଡ଼ିଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।

   Related Posts