ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଧୋକାବାଜ ପ୍ରେମିକକୁ ବାନ୍ଧିଲା ପୋଲିସ, ବିବାହ କରିବାକୁ କହି ବାରମ୍ବାର ଗଡାଉଥିଲେ ସମୟ

13/07/2022 at 1:10 PM

କୋରାପୁଟ ୧୩: ପ୍ରଥମେ ପ୍ରେମ, ତାପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଶେଷରେ ପ୍ରତାରଣା। ପ୍ରେମିକାକୁ ପ୍ରତାରଣା କଲା ଧୋକାବାଜ ପ୍ରେମିକ। ଉଭୟ ଯୁବତୀ ଓ ଯୁବକ ଉଚ୍ଚ ଶିକ୍ଷିତ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି କୋରାପୁଟ ସହରରୁ।

ଉଭୟ ଯୁବକ-ଯୁବତୀ କୋରାପୁଟର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢାଇ ଆସୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢିଉଠିଲା । ପରେ ପ୍ରେମରେ ବଦଳି ଯାଇଥିଲା ବନ୍ଧୁତା । ପ୍ରେମ ସମ୍ପର୍କ ଏତେ ନିବିଡ ହେଲା ଯେ ବିବାହ କରିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଲା ଶାରୀରିକ ସମ୍ପର୍କ ।  

୩ ବର୍ଷ ସମ୍ପର୍କ ଭଲରେ କଟିବା ପରେ ଯୁବକ ଜଣଙ୍କ ସରକାରୀ ଚାକିରୀ ପାଇବା ପରେ ବିବାହ କରିବାକୁ କହିଥିଲେ ପ୍ରେମିକା। ସରକାରୀ ଚାକିରୀ ମିଳିବା ପରେ ଉଭୟ ଜୟପୁର କୋର୍ଟରେ ବିବାହ ପାଇଁ ଆବେଦନ ମଧ୍ୟ କରିଥିଲେ। ତେବେ ବିବାହର ଧାର୍ଯ୍ୟ ତାରିଖରେ ଏକ ନାଟକୀୟ ଢଙ୍ଗରେ ଚମ୍ପଟ ମାରିଲେ ପ୍ରେମିକ। ପରେ ପ୍ରେମିକ ଜଣଙ୍କ ଫେରିଥିଲେ । ବିବାହ ପାଇଁ ରାଜି ହୋଇ ଘରକୁ ମଧ୍ୟ ଯାଇଥିଲେ । କିନ୍ତୁ ପରେ ଘରକୁ ଯାଇ ବିବାହ କରିବାକୁ ମନାକରିଦେଇଥିଲେ ଯୁବକ । ଶେଷରେ ପ୍ରେମିକା ନ୍ୟାୟ ପାଇଁ ମହିଳା ଥାନାର ଦ୍ବାରସ୍ଥ ହେବା ପରେ ବନ୍ଧା ହୋଇଛି ଧୋକାବାଜ ପ୍ରେମିକ। ଏବେ ପ୍ରେମିକ ଜୟପୁର ଜେଲରେ ଅଛନ୍ତି । ସେପଟେ ଧୋକା ଦେଇଥିବା ପ୍ରେମିକକୁ ଉଚିତ ଦଣ୍ଡ ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି ପ୍ରେମିକା ।

   Related Posts