ଜାତୀୟ ରାଜପଥ ସମସ୍ୟାର ସମାଧାନ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ଗଡ଼କରିଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରତାପ ସଡ଼ଙ୍ଗୀ
20/08/2020 at 8:51 PM

ନୀଳଗିରି୨୦/୮: ଜାତୀୟ ରାଜପଥରେ ଉପୁଜୁଥିବା ସମସ୍ୟା ସଂପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ବିଭାଗୀୟ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନଗଡ଼କରିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭଦ୍ରକ ବାଲେଶ୍ଵର ସେକ୍ସନ ପାଇପାସ ରୋଡ଼ ଓ ଡ୍ରେନେଜ ସମସ୍ୟା ରହିଛି।ସେହିପରି ବାଲେଶ୍ଵର -ବାରିପଦା- ଝାରପୋଖରିଆ ସେକ୍ସନ ଓ ବାଲେଶ୍ଵର -ଖଡ଼ଗପୁର ସେକ୍ସନରେ ମଧ୍ୟ ସେହି ସମାନ ସମସ୍ୟା ରହିଛି। ଏହି ସମସ୍ୟା ସମାଧାନ ନିମନ୍ତେ ଶ୍ରୀ ସଡ଼ଙ୍ଗୀ ଗଡ଼କରିଙ୍କୁ ଚିଠି ଲେଖିଛନ୍ତି। ଭଦ୍ରକ- ବାଲେଶ୍ଵର ସେକ୍ସନ ଖାନନଗର ଛକରେ ଅଣ୍ଡର ବାଇପାସ, ସେରଗଡ଼ ଛକରେ ନୀଳଗିରି ଆଡକୁ ଏପ୍ରୋଚ ରୋଡ଼,ସେରଗଡ଼ ପୋଲିସ ଆଉଟ ପୋଷ୍ଟରେ ଅଣ୍ଡର ବାଇପାସ, ଖନ୍ତାପଡା ଗାର୍ଲହାଇସ୍କୁଲ ଓ ମା ଦାଣ୍ଡକାଳୀ ମଧ୍ୟରେ ଅଣ୍ଡାରବାଇପାସ ଏବଂ ଖନ୍ତାପଡା ପୋଲିସ ଷ୍ଟେସନ ଆଗରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି। ଭଦ୍ରକ- ବାଲେଶ୍ବର ଜିଲ୍ଲାରେ ଉପୁଜୁଥିବା ସମସ୍ୟା ସଂପର୍କରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କୁ ଚିଠି ଲେଖି ଜଣାଇଛନ୍ତି।