AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ବାଲେଶ୍ୱର ସାଂସଦଙ୍କୁ ଦିଲ୍ଲୀ ଡାକରା, ପ୍ରତାପ ଷଡଙ୍ଗୀଙ୍କୁ ଡାକିଲେ ପ୍ରଧାନମନ୍ତ୍ରୀ

23/12/2022 at 2:51 PM

ନୀଳଗିରି ୨୩।୧୨ : ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଦିଲ୍ଲା ଡାକରା । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦିଲ୍ଲୀ ଡକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଡାକରାର ଉଦ୍ଦେଶ୍ୟ କଣ ରହିଛି । ସେନେଇ ଏବେ କିଛି ସଠିକ୍‌ ସୂଚନା ମିଳିନାହିଁ । ହେଲେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବହୁ ଗୁରୁତ୍ୱପୂର୍ଣ୍ଣ କଥା ସଂପର୍କରେ ଆଲୋଚନା ହେବା ନେଇ ସୂଚନା ରହିଛି।

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତୃତାଧୀନ ଏନ୍‌ଡିଏ ସରକାର ବିପୁଳ ମାତ୍ରରେ ବିଜୟୀ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟ୍‌ରେ ସ୍ଥାନ ପାଇଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ୨ୟ ପାଳିରେ ପ୍ରତାପ ଷଡଙ୍ଗୀଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ଦାୟିତ୍ୱ ଦିଆଯାଇଥିଲା । ଏହାବ୍ୟତୀତ ତାଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ମଧ୍ୟ ଦାୟିତ୍ୱ ଦିଆଯାଇଥିଲା । ତେବେ ୨୦୨୧ରେ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ତେବେ ହଠାତ୍‌ ବାଲେଶ୍ୱର ସାଂସଦଙ୍କୁ ଦିଲ୍ଲୀ ଡାକାର ଆସିଛି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାହିଁକି ଓ କଣ ପାଇଁ ବାଲେଶ୍ୱର ସାଂସଦଙ୍କୁ ଦିଲ୍ଲୀ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

   Related Posts