ଅସୁସ୍ଥ ହେଲେ ବାଲେଶ୍ୱର ସାଂସଦ; ଗୁରୁତର ଭାବେ ICUରେ ଭର୍ତ୍ତି

Published By : Prameya-News7 Bureau | January 02, 2023 IST

ନୀଳଗିରି ୦୨/୦୧: ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅସୁସ୍ଥ। ସେ ଏବେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ସେ ଆଇସିୟୁ ୱାର୍ଡରେ ୩ ନମ୍ୱର ବେଡ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତାଙ୍କର ଛାତି ଓ ଗଳାରେ ସଂକ୍ରମଣ ହୋଇଥିବା ଡାକ୍ତର କହିଛନ୍ତି। ଦୀର୍ଘଦିନ ହେବ ସେ ଥଣ୍ଡା ଜ୍ୱର ଏବଂ କାଶରେ ପୀଡ଼ିତ ଥିଲେ। କିନ୍ତୁ ଏହାକୁ ସେ ଗୁରୁତ୍ୱ ଦେଇନଥିଲେ।

wp:gallery {"linkTo":"none"} /wp:gallery

ସୋମବାର ସନ୍ଧ୍ୟାରେ ସେ ହଠାତ ଅସୁସ୍ଥ ଅନୁଭବ କରିବା ସହ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିଥିଲେ।ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର କୋଭିଡ଼ ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶରେ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ଏବେ ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀ ମୃତ୍ୟୁଜ୍ଞୟ ମିଶ୍ର ତାଙ୍କର ଚିକିତ୍ସା କରୁଛନ୍ତି। ପ୍ରତାପଙ୍କ ଶୁଭେଛୁ ଓ ଅଞ୍ଚଳବାସୀ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.