ସେରଗଡ଼ ଝରଣାଘାଟି ଜାତୀୟ ରାଜପଥ ପାଇଁ ଭାରତ ସରକାରଙ୍କ ୧୨୫ କୋଟି ଟଙ୍କା ମଞ୍ଜୁର, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତାପ ଷଡଙ୍ଗୀ

Published By : Prameya-News7 Bureau | December 06, 2020 IST

ନୀଳଗିରି,୪/୧୨  ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି କାରଣରୁ  ରାଜ୍ୟ ରାଜପଥ ସେରଗଡ଼ ଉଦଳା ବାରିପଦା ରାସ୍ତାରେ ଦୁର୍ଘଟଣା ଘଟୁଛି। ଏହି ରାସ୍ତାକୁ ୪ଲାଇନ ବିଶିଷ୍ଟ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଖାଲି ସେତିକି ନୁହଁ ଜାତୀୟ ରାଜପଥ ୧୮ ଓ ୧୬ ରେ ବାଇପାସ ଓ ପୋଲ ନିର୍ମାଣ କରିବା ପାଇଁ ମଧ୍ୟ ପତ୍ର ଲେଖିଥିଲେ। ସମସ୍ତ ପତ୍ରକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗକଡରୀ ଗୁରୁତର ସହ ନେଇ ପୂର୍ବରୁ କିଛି ସମାଧାନ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ ପୁଣି ସେରଗଡ଼ ଓ ଝରଣାଘାଟି ରାସ୍ତା ଚାରି ଲାଇନ ପାଇଁ ୧୨୫ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି।

ଜାତୀୟ ରାଜପଥ -୧୮  ଅଗିରା ନିଜଟରେ ଓଭରବ୍ରିଜ ନିର୍ମାଣ, ସେରଗଡ଼ ଖନ୍ତାପଡା ମଧ୍ୟରେ ଗଉଡୁଣିପୋଖରୀ ନିକଟରେ ଅଣ୍ଡର ବାଇପାସ, ନିର୍ମାଣ, ଜାତୀୟ ରାଜପଥ-୧୬ ଭଦ୍ରକ ବାଲେଶ୍ଵର ସେକ୍ସନ, ଜାତୀୟରାଜପଥ-୧୮ ବାଲେଶ୍ଵର -ବାରିପଦା-ଝାରପୋଖରିଆ ସେକ୍ସନ, ଜାତୀୟ ରାଜପଥ-୬୦ ବାଲେଶ୍ଵର-ଖଡକପୁର ସେକ୍ସନ ପାଇଁ ପୂର୍ବରୁ ଅର୍ଥମଞ୍ଜୁର ସରିଛି ବୋଲି କେନ୍ଦ୍ରମନ୍ତ୍ରୀ ଗଡ଼କରୀ ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ଏହି ସବୁ ଅର୍ଥ ସିଆରଆଇଏଫ ଫଣ୍ଡରୁ ମଞ୍ଜୁର ହୋଇଥିବା କୁହାଯାଇଛି। ଏପରିକି ଓଡିଶାର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସଦା ସର୍ବଦା ସେ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ରହିଛନ୍ତି ମଧ୍ୟ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଅର୍ଥ ମଞ୍ଜୁର ହୋଇ ପତ୍ର ପାଇବା ଓ କଥା ରଖିବା ପରେ ଗଡ଼କରୀଙ୍କୁ ଶ୍ରୀଯୁକ୍ତ ଷଡ଼ଙ୍ଗୀ କୃତଜ୍ଞତା ଜଣାଇଛନ୍ତି। ବହୁ ଦିନରୁ ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ କରିବା ଓ ରାସ୍ତା ସମସ୍ୟାର ସମାଧାନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.