ଆବାସ ପ୍ଲସ୍ ପୋର୍ଟାଲ ଖୋଲିବା ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଭେଟିବା ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ଶିଳ୍ପ ମନ୍ତ୍ରୀ

Published By : Prameya-News7 Bureau | August 06, 2022 IST

ଭୁବନେଶ୍ବର ୬।୮: ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବା ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଭେଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି,  ଆମେ ଯେଉଁ କଥା ଦାବି କରୁଥିଲୁ ଯଦି କେନ୍ଦ୍ରମନ୍ତ୍ରୀ ସେହି ଦାବି କରିଛନ୍ତି ତେବେ ତାହା ଭଲ କଥା । ଓଡ଼ିଶାର ଲୋକେ ଏଥିରେ ଉପକୃତ ହେବେ । ଆମେ ଯେଉଁ କଥା କହି ଆସୁଥିଲୁ ବର୍ତ୍ତମାନ ତାହା କର୍ଯ୍ୟସିଦ୍ଧି ହେଲା । ରାଜ୍ୟ ସରକାର ଫନି ପର ଠୁ ଏ କଥା କହି ଆସୁଥିଲେ । ଯେତେବେଳେ କେନ୍ଦ୍ର ମନ୍ତ୍ରୀ ସେ ପ୍ରସଙ୍ଗକୁ ଧରିଛନ୍ତି ନିଶ୍ଚିତ ଭାବେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ବାରା ରାଜ୍ୟ ସରକାରଙ୍କୁ ହିଁ ଲାଭ ମିଳିବ । ରାଜ୍ୟର ଲୋକେ ଉପକୃତ ହେବେ । ଯେଉଁମାନେ ବଞ୍ଚିତ ହେଇଛନ୍ତି ଘର ପାଇବାରୁ ସେମାନେ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.