scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୃହତ୍ତ ଶିଳ୍ପ ସ୍ଥାପନ ପାଇଁ ଗତ ୨ ବର୍ଷ ମଧ୍ୟରେ ୧୮୬ଟି ଶିଳ୍ପକୁ ଦିଆଯାଇଛି ଅନୁମୋଦନ: ଶିଳ୍ପ ମନ୍ତ୍ରୀ

22/07/2022 at 3:22 PM

ଭୁବନେଶ୍ବର : ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ଜରିଆରେ ବୃହତ୍ତ ଶିଳ୍ପ ସ୍ଥାପନ ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ୧୮୬ଟି ଶିଳ୍ପକୁ ଅନୁମୋଦନ ଦିଆଯାଇଛି । ୪ ଲକ୍ଷ ୪୪ ହଜାର ୭୩୬.୫୫ କୋଟି ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି । ଏହାଦ୍ବାରା ୧ ଲକ୍ଷ ୬୫ ହଜାର ୪୬୨ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ୨୦୨୦ ଜୁନ୍ ଠାରୁ ବର୍ତ୍ତମାନ ସୁଦ୍ଧା ୧୧ଟି ବୃହତ୍ତ ପ୍ରକଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୪ ହଜାର ୬୦୬ କୋଟି ଟଙ୍କାର ପୁଞ୍ଜି ନିବେଶରେ ୬୫୫୭ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ବିଧାନସଭାର ପ୍ରଶ୍ନ କାଳରେ ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

ସେପଟେ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଶିଳ୍ପାନୁଷ୍ଠାନ ଗୁଡ଼ିକର ପାତରଅନ୍ତର ନୀତିକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ଆଉ ତାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ହେବା ପରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନଗୁଡ଼ିକ ସହ ଏମଓୟୁ ସ୍ବାକ୍ଷର ହୋଇଥାଏ । ଏଥିରେ ସ୍ଥାନୀୟ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଯଦି କୌଣସି ସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts