କଟିହାରରେ ଜନସଭାକୁ ସମ୍ବୋଧିତ କଲେ ପ୍ରଶାନ୍ତ କିଶୋର, କହିଲେ ଲାଲୁ ଓ ନୀତିଶ ରାଜରେ ନାହିଁ ଅନ୍ତର
9/09/2022 at 8:04 PM

କଟିହାର ୯।୯: ନିର୍ବାଚନ ରଣନୀତିକାର ତଥା ରାଜନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର କଟିହାର ଟାଉନ ହଲରେ ସଭାକୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ଲାଲୁ ଏ ନୀତିଶଙ୍କ ସରକାରଙ୍କୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଲାଲୁଙ୍କ ସରକାରରେ ଶାସନ ଗୁଣ୍ଡା ବଦମାସଙ୍କ ହାତରେ ଥାଏ ଓ ନୀତିଶଙ୍କ ସରକାରରେ ଅଧିକାରୀଙ୍କ ହାତରେ। ଉଭୟ ତତ୍ୱ ହିଁ ଲୋକଙ୍କ ଶୋଷଣ କରନ୍ତି ବୋଲି ପ୍ରଶାନ୍ତ କିଶୋକର କହିଛନ୍ତି। ଏଥିଲା ଲାଗି ସେ ଏକ ସେଲୁନ ବାଲାର ଉଦାହରଣ ମଧ୍ୟ ଦେଇଥିଲେ।
ଜନସଭାକୁ ସମ୍ବୋଦିତ କରିବା ବେଳେ ସେ କିଛି ସମୟ ଲାଗି କଟିହାର ଆସିଥିବା କହିଛନ୍ତି। ଗୁରୁବାର ସେ ବେଗୁସରାୟରେ ଥିଲେ ଓ ଏଠାରୁ ପୂର୍ଣ୍ଣିଆ ଯାଉଥିବା କହିଥିଲେ। ରାଜ୍ୟରେ ସେ ଅକ୍ଟୋବର ୨ ତାରିଖରୁ ପଦଯାତ୍ରାର ଆୟୋଜନ କରିବେ ବୋଲି କହିଥିବା ବେଳେ ଗାନ୍ଧିଙ୍କ ଚମ୍ପାରନ ଆଶ୍ରମରୁ ଏହି ପଦଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି। ଏହି ପଦଯାତ୍ରାରେ ସେ ବିହାରର ସବୁ ସହର, ସବୁ ବ୍ଲକ୍ ଓ ପଞ୍ଚାୟତକୁ ଯିବେ ବୋଲି କହିଛନ୍ତି। ଏହି ଯାତ୍ରାରେ ସେ ୩୫ଶହ କିଲୋମିଟର ଅତିକ୍ରମ କରିବେ।
PK- मतलब- 'पोल खोल'! नीतीश कुमार और लालू राज में कोई अंतर नहीं है. सैलून वाली की बातों से मुख्यमंत्री नीतीश पर हमला. लालू राज में अपराधियों का बोलबाला था तो नीतीश कुमार के राज में अधिकारियों का. कटिहार में बोले प्रशांत किशोर. कटिहार से निरंजन.Edited by @iajeetkumar pic.twitter.com/SjGSc3xgGF
— Prakash Kumar (@kumarprakash4u) September 9, 2022
ତେବେ ନୀତିଶ କୁମାର ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାରେ ସକ୍ଷମ ହେବେ କି ବୋଲି ପ୍ରଶାନ୍ତ କିଶୋରଙ୍କୁ ପଚରା ଯିବାରେ ଏହା ସମୟ କହିବ ବୋଲି ସେ କହିଛନ୍ତି। ତେବେ ପ୍ରଶାନ୍ତ କିଶୋର ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଥମେ ଦେଖିବାର କଥା ହେଲା ଏଥିରେ କେଉଁମାନେ ଏକଜୁଟ ହେଉଛନ୍ତି।
ମାସକ ପୂର୍ବରୁ ନୀତିଶ କୁମାର ବିଜେପି ସହିତ ଥିଲେ, ମାସକ ତଳେ ପକ୍ଷରେ ଥିବା ନେତା ମାସକ ପରେ ବିପକ୍ଷରେ, ଏଥିରେ ଜନତା କଣ ପାର୍ଟିମାନଙ୍କର ଭରସା ରହିବକି ବୋଲି ପ୍ରଶାନ୍ତ କିଶୋର ପ୍ରଶ୍ନ କରିଛନ୍ତି। ମାସକ ପୂର୍ବେ ସେ ବିଜେପିକୁ ଦେଶରେ କେହି ହରାଇପାରିବେନି ବୋଲି କହୁଥିଲେ ଏବେ ସମସ୍ତେ ମିଶି ବିଜେପିକୁ ହରାଇ ଦେବୁ ବୋଲି କହୁଛନ୍ତି । ଏହାର ଅର୍ଥ କଣ ହୋଇପାରେ ବୋଲି ପ୍ରଶାନ୍ତ କିଶୋର ପଚାରିଛନ୍ତି।