ଜେଡିୟୁକୁ କଂଗ୍ରେସ ସହିତ ମିଶିବାକୁ ମୋତେ ପରାମର୍ଶ ଦେଉଥିଲେ ପ୍ରଶାନ୍ତ କିଶୋର: ନୀତୀଶ କୁମାର

Published By : Prameya-News7 Bureau | October 08, 2022 IST

ପାଟନା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓ ବିହାର ମୁଖ୍ୟମନ୍ତ୍ରୀ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ମନାନ୍ତର ଥମିବାରେ ନାଁ ନେଉ ନାହିଁ। ଆଜି ପ୍ରଶାନ୍ତ କିଶୋରଙ୍କ ଉପରେ ପୁଣିଥରେ ଟାର୍ଗେଟ୍ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପ୍ରଶାନ୍ତ ତାଙ୍କ ଦଳକୁ କଂଗ୍ରେସ ସହିତ ମିଶିଯିବାକୁ ପରାମର୍ଶ ଦେଉଥିଲେ ବୋଲି ନୀତୀଶ କହିଛନ୍ତି।

wp:html /wp:html

ନୀତୀଶ କହିଛନ୍ତି “୩-୪ ବର୍ଷ ତଳେ ପ୍ରଶାନ୍ତି କିଶୋର ମୋତ କଂଗ୍ରସ ସହିତ ମିଶିଯିବାକୁ କହିଥିଲେ। ହେଲେ ବର୍ତ୍ତମାନ ସେ ବିଜେପି ସହିତ ଯାଇ ବିଜେପି ଭଳି ଅଭିନୟ କରୁଛନ୍ତି।” ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କୁ ଏକ ବଡ଼ ପଦ ପାଇଁ ଅଫର କରିଥିଲେ ବୋଲି ପ୍ରଶ୍ନରେ ନୀତୀଶ କହିଛନ୍ତି “ସେମିତି କିଛି ନାହିଁ ସେ ଚାହୁଁଛନ୍ତି କହୁଛନ୍ତି। ଏଥିରେ ମୁଁ କଣ କହିବି? ଆଜିକାଲି ସେ ବିଜେପିରେ ମିଶିଛନ୍ତି। ନିଜ ହିସାବରେ କାମ କରୁଛନ୍ତି। ବର୍ତ୍ତମାନ ତାଙ୍କ କଥାର ମୁଁ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନି। ମୁଁ ଭାବୁଛି ତାଙ୍କୁ ବିଜେପିରେ କୌଣସି ପଦବୀ ମିଳିପାରେ।”

ଗୁରୁବାର ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କ ବିରୋଧରେ ଟାର୍ଗେଟ୍ କରି କହିଥିଲେ ଯେ ସେ କେବେ ବି ଜେଡିୟୁ ପାଇଁ କାମ କରିବେ ନାହିଁ। ଏମିତିକି ଯଦି ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦିଅନ୍ତି ତେବେ ବି ନୁହେଁ। କିଛିଦିନ ତଳେ ନୀତୀଶ ପ୍ରଶାନ୍ତଙ୍କୁ ଜେଡିୟୁ ଦଳର ପ୍ରତିନୀଧିତ୍ୱ କରିବାକୁ ଅଫର ଦେଇଥିଲେ। ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିରିଥିବା ପ୍ରଶାନ୍ତ କହିଥିଲେ।  

ସୂଚନା ଥାଉକି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ୨୦୧୮ରେ ନୀତୀଶଙ୍କ ଦଳ ଜେଡିୟୁରେ ମିଶିବା ପରେ ଏକ ନେତାଭାବେ ପରିଚିତ ହୋଇଥିଲେ। ହେଲେ କେନ୍ଦ୍ର ସରକାରଙ୍କର ସିଏଏ ଆଇନ୍‌କୁ ନେଇ ମତାନ୍ତର ହେବାରୁ ତାଙ୍କୁ ଜେଡିୟୁର ବାହାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.