କଂଗ୍ରେସର ‘ରିଭାଇଭଲ’ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ପ୍ରଶାନ୍ତ କିଶୋର, ପଢ଼ନ୍ତୁ କ’ଣ ତାଙ୍କର ପୁରା ଯୋଜନା

Published By : Prameya-News7 Bureau | April 21, 2022 IST

ନୂଆଦିଲ୍ଲୀ ୨୧।୪:ଦେଶର ସର୍ବପ୍ରାଚୀନ ରାଜନୈତିକ ଦଳ କଂଗ୍ରେସ ଏବେ ତାର ଅତ୍ୟନ୍ତ ଦାରୁଣ ସମୟ ଦେଇ ଗତି କରୁଛି। ୨୦୧୪ ଲୋକସଭା ନିର୍ବାଚନରେ ପରାଜୟ ପରେ ଦଳର ପ୍ରଦର୍ଶନ ଲଗାତାର ନିମ୍ନ ଗାମୀ ହେଉଛି। ଏହି ସବୁ ଆହ୍ୱାନର ମୁକାବିଲା ଲାଗି କଂଗ୍ରେସ ଏବେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ହାତ ମିଳାଇଛି। କୁହାଯାଉଛି ପ୍ରଶାନ୍ତ କିଶୋର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଅନେକ ବଡ ନେତାଙ୍କ ସହ ବୈଠକ ମଧ୍ୟ କଲେଣି।

ଏହିକ୍ରମରେ ପ୍ରଶାନ୍ତ କିଶୋର ନିକଟରେ ଏକ ପ୍ରେଜେଣ୍ଟେସନ ମଧ୍ୟ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ କିପରି ଭଲ ପ୍ରଦର୍ଶନ କରିପାରିବ ସେ ବାବଦେ ପ୍ରଶାନ୍ତ କିଶୋର ଏହି ପ୍ରେଜେଣ୍ଟେସନରେ ସୂଚିତ କରିଛନ୍ତି। ପ୍ରଶାନ୍ତ କିଶୋରଙ୍କ ପୁରା ପ୍ଲାନର ବ୍ଲୁପ୍ରିଣ୍ଟ ଏବେ ସାମ୍ନାକୁ ଆସିଛି। କୁହାଯାଉଛି ସୋନିଆ ଗାନ୍ଧିଙ୍କୁ ଏହି ପାୱାରପଏଣ୍ଟ ପ୍ରେଜେଣ୍ଟେସନ ପ୍ରଶାନ୍ତ କିଶୋର ୨୦୨୧ରେ ଦେଇଥିଲେ।

{"id":617434,"width":838,"height":440,"sizeSlug":"full","linkDestination":"none"}

ପ୍ରଶାନ୍ତ ତାଙ୍କ ପ୍ରେଜେଣ୍ଟେସନରେ ଦେଶର ଜନସଂଖ୍ୟା, ଭୋଟର, ବିଧାନସଭା ଆସନ ଓ ଲୋକସଭା ଆସନର ମୋଟ ତଥ୍ୟ ଦେଇଛନ୍ତି। କେବଳ ଏତିକି ନୁହେଁ ଏଥିରେ ମହିଳା, ଯୁବ, କୃଷକ ଓ ଛୋଟ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଦେଇଛନ୍ତି। ଏହା ଛଡା ୨୦୨୪ରେ ୧୩ କୋଟି ଫାଷ୍ଟ ଟାଇମ ଭୋଟରଙ୍କ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ସେହିପରି କଂଗ୍ରେସର ବର୍ତ୍ତମାନର ସ୍ଥିତି ଯେପରିକି ରାଜ୍ୟସଭା ଓ ଲୋକସଭାରେ ୯୦ ସାଂସଦ, ବିଭିନ୍ନ ବିଧାନସଭାରେ ୮ଶହ ବିଧାୟକ, ୩ ରାଜ୍ୟରେ ସରକାର, ୩ରେ କଂଗ୍ରେସ ସହଯୋଗୀ ଦଳଙ୍କ ସରକାର, ୧୩ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେ ସହିତ ୩ ରାଜ୍ୟରେ ସହଯୋଗୀଙ୍କ ସହ କଂଗ୍ରେସ ମୁଖ୍ୟ ବିରୋଧୀ ଭାବେ ସ୍ଥିତି ମଧ୍ୟ ଉଜାଗର କରିଛନ୍ତି।

ଏହି ପ୍ରେଜେଣ୍ଟେସନରେ ପ୍ରଶାନ୍ତ କିଶୋର ୧୯୮୪ ମସିହା ପରେ କିପରି କଂଗ୍ରେସର ଭୋଟ ପ୍ରତିଶତ ହ୍ରାସ ହେଉଛି ଓ କିପରି ସୁଧାର କରିହେବ ସେ ନେଇ ୫ ସୂତ୍ରୀ କାର୍ଯ୍ୟକ୍ରମର ମଧ୍ୟ ବିବରଣୀ ଦେଇଛନ୍ତି। ଏହା ଛଡା ମେଣ୍ଟ ଲାଗି ୩ଟି ପରିସ୍ଥିତି ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ଏଥିରେ ପ୍ରଥମ ପରିସ୍ଥିତିରେ ସାରା ଦେଶରେ କଂଗ୍ରେସ ନିଜ ଦମରେ ନିର୍ବାଚନ ଲଢିବାକୁ ଉଦ୍ୟମ କରୁ ବୋଲି ପରାମର୍ଶ ଦେଇଥିବା ବେଳେ ଦ୍ୱିତୀୟ ପରିସ୍ଥିତିରେ ବିଜେପି ଓ ମୋଦିଙ୍କୁ ହରାଇବା ପାଇଁ କଂଗ୍ରେସକୁ ସବୁ ପାର୍ଟିଙ୍କୁ ଏକଜୁଟ କରୁ ଓ ୟୁପିଏକୁ ମଜଭୁତ କରୁ। ସେହିପରି ତୃତୀୟ ପରିସ୍ଥିତିରେ କେତେକ ସ୍ଥାନରେ କଂଗ୍ରେସ ଏକାକୀ ନିର୍ବାଚନ ଲଢୁ ଓ ଜାତୀୟ ଛବିକୁ କାୟମ ରଖି କେତେକ ସ୍ଥାନରେ ସହଯୋଗୀଙ୍କ ସହ ମିଶି ନିର୍ବାଚନ ଲଢୁ ବୋଲି  ପ୍ରଶାନ୍ତ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.