ସୁପ୍ରିମକୋର୍ଟରେ କ୍ଷମା ମାଗିବାକୁ ମନା କଲେ ପ୍ରଶାନ୍ତ ଭୂଷଣ, କହିଲେ- ଲୋକ ଦେଖାଣିଆ କ୍ଷମା ମାଗିବା ଅନ୍ତରଆତ୍ମାର ଅବମାନନା ହେବ

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪।୦୮: ଅଦାଲତଙ୍କ ଅବମାନନା ମାମଲାରେ ଓକିଲ ପ୍ରଶାନ୍ତ ଭୂଷାଣ ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ନୂତନ ସତ୍ୟପାଠ ଦାଖଲ କରିଛନ୍ତି। ସେ ଏହି ମାମଲାରେ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି। ସେ ନିଜ ତରଫରୁ ସଫେଇ ଦେଇ କହିଛନ୍ତି ତାଙ୍କ ତରଫରୁ କରାଯାଇଥିବା ଟ୍ଵିଟ୍‌ ଅଦାଲତ ଏବଂ ସମ୍ବିଧାନର ରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା।

ପ୍ରଶାନ୍ତ ଭୂଷଣ କହିଛନ୍ତି ଏହା ତାଙ୍କର ବିଚାର ଥିଲା ଏବଂ ସେଥିରେ ସେ ଦୃଢ ଅଛନ୍ତି। ପ୍ରଶାନ୍ତ ଭୂଷଣ କୋର୍ଟରେ କହିଛନ୍ତି ନିଜ ବିଚାରକୁ ବ୍ୟକ୍ତ କଲେ ନିଃସର୍ତ୍ତ ଅଥବା ବିନା କୌଣସି ସର୍ତ୍ତରେ କ୍ଷମା ମାଗିବା ଠିକ୍ ହେବ ନାହିଁ। ସେ ଅଦାଲତକୁ କହିଛନ୍ତି ଲୋକ ଦେଖାଣିଆ କ୍ଷମା ମାଗିବା ମୋର ଅର୍ନ୍ତଆତ୍ମା ଏବଂ ସଂସ୍ଥାର ଅବମାନନା କରିବା ପରି ସମାନ ହେବ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଅବମାନନା ମାମଲାରେ ମଙ୍ଗଳବାର ଶୁଣାଣି ହୋଇଛି। ଗତ ଶୁଣାଣିରେ କୋର୍ଟ ଭୂଷଣଙ୍କୁ ଦୁଇ ଦିନ ଭାବିବାକୁ ସମୟ ଦେଇଥିଲେ ଯେ ସେ ନିଜର ଟ୍ଵିଟ୍‌କୁ ନେଇ ପୁନର୍ବାର ବିଚାର କରିବାକୁ ଚାହାନ୍ତି କି।

wp:html /wp:html

ଏହା ପରେ ସୋମବାର ପ୍ରଶାନ୍ତ ଭୂଷଣ ନୂତନ ସତ୍ୟପାଠ ଦାଖଲ କରି କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଭୂଷଣ ଦୁଇଟି ଅଲଗା ଅଲଗା ଟ୍ଵିଟ୍ କରି ମୁଖ୍ୟ ବିଚାରପତି ଏସଏ  ବୋବଡେ ଓ ଚାରି ଜଣ ପୂର୍ବତନ ବିଚାରପତିଙ୍କ ଉପରେ ଟିପ୍ପଣୀ କରିଥିଲେ। ସେ ବିଚାରପତିଙ୍କ ଉପରେ ସରକାରଙ୍କ ସହିତ ମିଶି କୋର୍ଟର ଗାରିମା ସମାପ୍ତ କରିବାର ସଙ୍ଗୀନ ଅଭିଯୋଗ କରିଥିଲେ।

ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବେ ଭୂଷଣଙ୍କୁ କୋର୍ଟ ସଜା ଶୁଣାଣି କରିବାକୁ ଯାଉଛନ୍ତି। ଦଣ୍ଡ ଶୁଣାଣି ପୂର୍ବରୁ କୋର୍ଟ ତାଙ୍କୁ ଶେଷ ସୁଯୋଗ ଦେଇ କ୍ଷମା ମାଗିବାକୁ କହିଥିଲେ। ମାତ୍ର ଭୂଷଣ ନିଜର ଜବାବରେ କହିଛନ୍ତି ଭୁଲ ମାଗିବା ତାଙ୍କର ପ୍ରତି ଅନ୍ୟାୟ ହେବ। ତାଙ୍କର ଉଦ୍ଦେଶ୍ୟ କୋର୍ଟ କିମ୍ବା କୌଣସି ଜଜଙ୍କ ଛବି ଖରାପ କରିବାର ନଥିଲା।

ବିଚାରପତି ଅରୁଣ ମିଶ୍ର, ବି ଆର ଗବଇ ଓ କୃଷ୍ଣ ମୂରାରୀଙ୍କ ପୀଠ  କହିଥିଲେ ଯଦି ଆମେ କୌଣସି ପ୍ରକାରର ଦଣ୍ଡ ଦେବାକୁ ନିଷ୍ପତ୍ତି ନେଉ ତେବେ ଆପଣଙ୍କୁ ଆଶ୍ଵାସନା ଦେଉଛୁ ଯେ ପର୍ଯ୍ୟନ୍ତ ପୁନର୍ବିଚାର ଆବେଦନ ଉପରେ ନିଷ୍ପତ୍ତି ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.