previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଭୁଲ୍ ଟୁଇଟ୍ କଲେ ପ୍ରଶାନ୍ତ ଭୂଷଣ, କ୍ଷମା ମାଗିଲେ

5/07/2022 at 11:19 PM

ନୂଆଦିଲ୍ଲୀ: ଓକିଲ ପ୍ରଶାନ୍ତ ଭୂଷଣ ସର୍ବଦା ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହି କ୍ରମରେ ସେ ଏମିତି ଏକ ଟୁଇଟ୍ କରିଛନ୍ତି ଯାହା ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି। ପ୍ରଶାନ୍ତ ଭୂଷଣ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ଫଟୋ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ମୁର୍ମୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ପରେ ଏହି ଫଟୋ ଯାଞ୍ଚ କରାଯିବାରୁ ଜଣା ପଡିଲା ଯେ, ଫଟୋଟିରେ କାଣ୍ଟଛାଣ୍ଟ କରାଯାଇଛି।

ପ୍ରଶାନ୍ତ ଭୂଷଣ ଉକ୍ତ ଫଟୋକୁ ଟୁଇଟ୍ କରି ଲେଖିଛନ୍ତି, ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାଗପୁରରେ ଆରଏସଏସ ମୁଖ୍ୟାଳୟରେ ମୋହନ ଭାଗବତଙ୍କୁ ଭେଟିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେ କେବଳ ଜଣେ ରବର ଷ୍ଟାମ୍ପ  ହେବେ ଏବଂ ସ୍ଵାଧୀନତା ଭାବେ କାମ କରି ପାରିବେ ନାହିଁ ? ହେଲେ ଏହି ଫଟୋର ଯାଞ୍ଚ ଖୋଳତାଡ କରିବା ପରେ ଜଣା ପଡିଲା ଯେ, ଏହି ଫଟୋ ହିଁ ଭୁଲ୍।

ପ୍ରଶାନ୍ତ ଭୂଷଣ ଯେଉଁ ଫଟୋ ଟୁଇଟ୍ କରି ବିଜେପିକୁ ଟାର୍ଗେଟ୍ କରିଥିଲେ, ତାକୁ ଏଡିଟ୍ କରାଯାଇଛି। ଏହା ପରେ ସାମାଜିକ ଗଣମାଧ୍ୟମରେ ୟୁଜର୍ସ ପ୍ରଶାନ୍ତ ଭୂଷଣଙ୍କୁ ଟାର୍ଗେଟ୍ କରିଛନ୍ତି। ଭୂଷଣ କ୍ଷମା ମାଗିବା ସହ ନିଜ  ଟୁଇଟ୍ ହଟାଇ ଦେଇଛନ୍ତି।  ସେ ଲେଖିଛନ୍ତି, ମୁଁ ଜାଣିବାକୁ ପାଇଲି ଯେ ରାଷ୍ଟ୍ରପତି ପଦରେ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହିତ ଫଟୋ ଏଡିଟେଡ୍। ମୁଁ ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗି ଏହାକୁ  ହଟାଇ ଦେଇଛି।

   Related Posts