ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହେଲେ ସାମିଲ୍‌

Published By : Prameya-News7 Bureau | February 29, 2024 IST

ଭୁବନେଶ୍ବର ୨୯।୦୨ : ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟ ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ । ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡ଼ି।

{"id":915294,"sizeSlug":"full","linkDestination":"none"}

ତେବେ ପ୍ରଶାନ୍ତ ବିଜେପିରୁ କେଉଁ ଆସନରୁ ଲଢ଼ିବେ, ତାହା ସ୍ପଷ୍ଟ ହୋଇନାହିଁ । ଉଭୟ ଖୋର୍ଦ୍ଧା ଓ ବେଗୁନିଆକୁ ନେଇ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।

{"id":915296,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ,  ଗତବର୍ଷ ମାର୍ଚ୍ଚ ୧୨ ତାରିଖ ଦିନ ବାଣପୁର ବ୍ଲକ୍‌ରେ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଚାଲିଥିଲା । ଏଥିପାଇଁ ବାଣପୁର ବ୍ଲକ୍‌ ଆଗରେ ଲୋକ ଭିଡ ଲାଗିଥିଲା। ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଭିତରକୁ ଗାଡ଼ି ଚଳାଇ ପଶି ଆସିଥିଲେ। ଫଳରେ ବିଜେପି ସମର୍ଥକଙ୍କ ସମେତ ପୁଲିସ ଅଧିକାରୀ ତଥା କେତେକ ସାଧାରଣ ଲୋକ ମଧ୍ୟ ଗୁରୁତର ହୋଇଥିଲେ। ବାଣପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ମାର୍ଚ୍ଚ ୨୨ ତାରିଖରେ ବାଣପୁର ପୁଲିସ ଭୁବନେଶ୍ବରରୁ ବିଧାୟକଙ୍କୁ ଗିରଫ କରିଥିଲା । ପରେ କୋର୍ଟରୁ ଜାମିନ ମଧ୍ୟ ପାଇଥିଲେ ଚିଲିକା ବିଧାୟକ ।  ତେବେ ଏଭଳି ଘଟଣା ପରେ ବିଜେଡି ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କାର କରିଥିଲା ।

wp:embed {"url":"https://www.prameyanews7.com/odisha-govt-forms-high-level-committee/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-govt-forms-high-level-committee/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.