ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

‘୩୦-୪୦ ବର୍ଷରେ କିଛି ବଦଳିନି’, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ ଟାର୍ଗେଟ

2/10/2022 at 11:18 PM

ନୂଆଦିଲ୍ଲୀ:  ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ରବିବାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଭିତିହାରଭା ସ୍ଥିତ ଗାନ୍ଧୀ ଆଶ୍ରମରୁ ନିଜର ଜନ ସୁରାଜ ଯାତ୍ରା ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ବିହାରରେ ଆଜି ମଧ୍ୟ ୧୯୯୦ର ସ୍ଥିତି ରହିଛି । ଗତ ୩୦-୪୦ ବର୍ଷରେ କିଛି ପରିବର୍ତ୍ତନ ହୋଇନାହିଁ ।

ପ୍ରଶାନ୍ତ କିଶୋର କହିଛନ୍ତି, ଆମେ ୩୦-୪୦ ବର୍ଷରୁ ଶୁଣି ଆସୁଛୁ ଯେ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିବ, କିନ୍ତୁ ରାଜ୍ୟରେ କିଛି ମଧ୍ୟ ପରିବର୍ତ୍ତନ ଆସି ନାହିଁ । ୧୯୯୦ରେ ବିହାର ସବୁଠୁ ଗରିବ ଏବଂ ସବୁଠୁ ପଛୁଆ ଥିଲା ଏବଂ ୨୨୦୨ରେ ମଧ୍ୟ ସମାନ ସ୍ଥିତି ରହିଛି । ଏଠାରୁ ଲୋକେ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି।

ପ୍ରଶାନ୍ତ କିଶୋର ୩୫୦୦ କିଲୋମିଟର ଦୂର ଜନ ସୁରାଜ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ଦେଶର ସବୁଠୁ ଗରିବ ଏବଂ ପଛୁଆ ରାଜ୍ୟ ବିହାରରେ ବ୍ୟବସ୍ଥା ପରିବର୍ତ୍ତନର ଦୃଢ ସଂକଳ୍ପ । ଉନ୍ନତ ରାଜନୈତିକ ବ୍ୟବସ୍ଥା ପାଇଁ ଆସନ୍ତା ୧୨-୧୫ ମାସରେ ବିହାର ସହର, ଗାଁରେ ୩୫୦୦ କି.ମିର ପଦଯାତ୍ରା, ଉନ୍ନତ ଏବଂ ବିକଶିତ ବିହାର ପାଇଁ’ ।

   Related Posts