ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୧୨କୁ ଆସୁଛି ପ୍ରାଙ୍କ୍ କଲ୍, କିଏ କମେଡି କରୁଛି ତ ଆଉ କିଏ ମିଛରେ ଡାକୁଛି ପିସିଆର

13/06/2022 at 2:40 PM

ସମ୍ୱଲପୁର ୧୩/୦୬: ଶହେ ବାର ନମ୍ବର ପୋଲିସର ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ । ବିପଦ ସମୟରେ ପଡିଥିବା ଲୋକଟି ସାହାଯ୍ୟ ପାଇଁ ଏହି ନମ୍ବରରେ କଲ୍ କରିଥାଏ । ହେଲେ ଖଳ ପ୍ରକୃତିର ଲୋକ ଶହେ ବାରକୁ କଲ୍ କରି କରୁଛନ୍ତି ମଜାକ୍ । ୧୧୨କୁ ଛାଡିଲେନି ଦୁର୍ବୃତ୍ତ । ୧୧୨କୁ ଆସୁଛି ପ୍ରାଙ୍କ କଲ୍ । କିଏ ଫୋନ କରି କମେଡି କରୁଛି ତ କିଏ ଅକାରଣରେ ପିସିଆରକୁ ଡାକୁଛି ।

ଏଭଳି କିଛି ଦେଖିବାକୁ ମିଳିଛି ସମ୍ବଲପୁର ଡିପିଓରେ ଲାଗିଥିବା ୧୧୨ କଣ୍ଟ୍ରୋଲ ରୁମରେ । ତେବେ ଏହା ଜାଣିଲା ପରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ସମ୍ବଲପୁର ଏସପି । ଏଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ନେହେଲ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି ବତୁଲା ଗଙ୍ଗାଧର।

   Related Posts