ହଙ୍ଗାମା-୨ ଅଭିନେତ୍ରୀ ପ୍ରନୀତା ସୁଭାଷ ଦେଲେ ଗୁଡ୍ ନିଉଜ୍, ସେୟାର କଲେ କନ୍ୟା ସନ୍ତାନର ଫାଷ୍ଟ ଲୁକ୍

Published By : Prameya-News7 Bureau | June 11, 2022 IST

ମୁମ୍ୱାଇ ୧୧/୦୬: ଅଭିନେତ୍ରୀ ପ୍ରନିତା ସୁଭାଷଙ୍କ ପରିବାରକୁ ଆସିଲେ ନହ୍ନୀପରୀ । ଅଭିନେତ୍ରୀ ତାଙ୍କର ପ୍ରଥମ ସନ୍ତାନଙ୍କୁ ଦେଇଛନ୍ତି ଜନ୍ମ । ସେ ହେଉଛନ୍ତି ଜଣେ କନ୍ୟା ସନ୍ତାନ । ଯାହାର ଫାଷ୍ଟ ଲୁକ୍ ସେ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ଲାଗି ସେୟାର କରିଛନ୍ତି ।

ତାଙ୍କର ନବଜାତ ଶିଶୁ କନ୍ୟାକୁ କୋଳରେ ଧରିଥିବାର ଏକ ଚିତ୍ର ସେୟାର କରି ପ୍ରନୀତା ସୁଭାଷ ଲେଖିଛନ୍ତି, 'ଗତ କିଛି ଦିନ ହେବ ଅବାସ୍ତବ ଥିଲା ମୋ ପାଇଁ । ପ୍ରନୀତା ସୁଭାଷଙ୍କ ପ୍ରସବ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ହୋଇଥିଲା । ତାଙ୍କ ଇନଷ୍ଟା ପୋଷ୍ଟରେ ସେ ଡାକ୍ତରଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରେ ଲେଖିଛନ୍ତି, 'ମୁଁ ବହୁତ ଭାଗ୍ୟବାନ ଯେ ମୋ ମା ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ।

wp:html
/wp:html

କିନ୍ତୁ ଏହା ମଧ୍ୟ ତାଙ୍କ ପାଇଁ ଭାବପ୍ରବଣତାରେ ଅତ୍ୟନ୍ତ କଷ୍ଟକର ସମୟ ଥିଲା । ଖୁସିର କଥା ଆମ ସହିତ ଡଃ ସୁନୀଲ ଏସୱାର ଏବଂ ତାଙ୍କ ଦଳ ଥିଲେ ଯେଉଁମାନେ ଏହି ପ୍ରସବକୁ ଏତେ ସୁଗମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.