Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଏନଡିଟିଭିରୁ ଇସ୍ତଫା ଦେଲେ ପ୍ରଣୟ ରାୟ ଏବଂ ରାଧିକା ରାୟ

29/11/2022 at 11:49 PM

ନୂଆଦିଲ୍ଲୀ: ଶେଷରେ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଘଟିଲା। ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ପ୍ରଣୟ ରାୟ ଏବଂ ତାଙ୍କ ପତ୍ନୀ ରାଧିକା ରାୟ। ଉଭୟ ନୂଆଦିଲ୍ଲୀ ଟେଲିଭିଜନ ଟେଲିଭିଜନ ଲିମିଟେଡ୍(ଏନଡିଟିଭି)ର ବୋର୍ଡ ଅଫ ଡାଇରେକ୍ଟର୍ସ ପଦରୁ ଇସ୍ତଫା ଦେଇଛନ୍ତି। ଏନଡିଟିଭିର ପ୍ରତିଷ୍ଠାତା ହେଉଛନ୍ତି ପ୍ରଣୟ ରାୟ। ତେବେ ଏସିଆର ଏକ ନମ୍ବର ଧନୀ ତଥା ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନି ଅଦାନୀ ଗ୍ରୁପ ଏନଡିଟିଭିକୁ କିଣିବା ପରେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଣୟ ଏବଂ ରାଧିକା।

ଏନଡିଟିଭି ଏକ ପତ୍ର ଜରିଆରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଜଣାଇଛି ଯେ, ଏନଡିଟିଭିର ପ୍ରମୋଟର ଗ୍ରୁପ ଆରଆରପିଆର ହୋର୍ଲ୍ଡି ପ୍ରାଇଭେଟ୍ ଲିମିଟେଡ୍(RRPRH) ଦ୍ଵାରା ସୂଚିତ କରାଯାଉଛି ଯେ ବୋର୍ଡ ଅଫ ନିର୍ଦ୍ଦେଶକ ପଦରୁ ପ୍ରଣୟ ରାୟ ଏବଂ ରାଧିକା ରାୟ ୨୦୨୨ ନଭେମ୍ବର ୨୯ରେ ଇସ୍ତଫା ଦେଇଛନ୍ତି। ତାଙ୍କର ଦୀର୍ଘ ସମୟର କାର୍ଯ୍ୟକାଳ ଏଠାରେ ସମାପ୍ତ ହୋଇଛି। ଉଭୟଙ୍କ ସ୍ଥାନରେ ସଞ୍ଜୟ ପୁଗଲିଆ ଏବଂ ସେନ୍ଥିଲ ସିନେୟା ଚେଙ୍ଗଲଓ୍ଵାରାୟଣଙ୍କୁ ତତ୍କାଳ ପ୍ରଭାବରୁ RRPRHର ବୋର୍ଡ ଅଫ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦିଆଯାଉଛି।

   Related Posts