କେନ୍ଦୁଝର ଗସ୍ତରେ ପ୍ରଣବ ପ୍ରକାଶ ଦାସ, ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

Published By : Prameya-News7 Bureau | August 24, 2021 IST

ପାଟଣା ୨୪/୦୮: ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା କେନ୍ଦୁଝର ଜିଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଜିଲା ଗସ୍ତ କରିଥିଲେ । ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ବ୍ଲକ ଉଦୟପୁର  ବିରାଜା ମନ୍ଦିର ପରିସରରେ ମଙ୍ଗଳବାର ବିଜେଡିର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କର୍ମୀ ସମ୍ମିଳନୀରେ ପାଟଣା ବିଧାୟକ ଜଗନ୍ନାଥ ନାଏକ  ସଭାପତିତ୍ୱ କରିଥିଲେ ।

ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ତଥା କେନ୍ଦୁଝର ଜିଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ସମ୍ମାନିତ ଅତିଥି ଭାବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ସାହାରପଡା ବ୍ଲକ ଅଧକ୍ଷା ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷା କିରଣବାଳା ସିଂ, ସାହାରପଡା ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ବିଜେଡି ଜିଲା କୃଷକ ସଭାପତି ଦୀପକ ରାଜ, ୩୦ ନମ୍ବର ଜିଲା ପରିଷଦ ସଦସ୍ୟା କୌଶଲ୍ୟା ନାଏକ, ୧୫  ନମ୍ବର ଜିଲା ପରିଷଦ ସଦସ୍ୟ ମାନସ ବେହେରା, ପ୍ରମୁଖ ଯୋଗ ଦେଇଥିଲେ।

{"id":500792,"width":631,"height":473,"sizeSlug":"full","linkDestination":"none"}

ଏକ ହଜାରୁ ଉର୍ଦ୍ଧ୍ବ  କର୍ମୀଙ୍କ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ କର୍ମୀମାନଙ୍କୁ  ବିଧାୟକଙ୍କ ଲୋକପ୍ରିୟତା ସହ କାର୍ଯ୍ୟକଳାପ ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଇଥିଲେ ପ୍ରଣବ ପ୍ରକାଶ ଦାସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.