Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେଡିର ସାଂଗଠନିକ ସଂପାଦକ ହେଲେ ପ୍ରଣବ ପ୍ରକାଶ ଦାସ

5/03/2020 at 3:24 PM

ଭୁବନେଶ୍ବର ୫।୩: ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ବ । ବିଜେଡିର ସାଂଗଠନିକ ସଂପାଦକ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ଦାୟିତ୍ବ । ବିଜୁ ଜୟନ୍ତୀ ଅବସରରେ ଗୁରୁବାର ବିଜେଡି କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।

ପ୍ରଣବ ୨୦୧୮ ଉପ ନିର୍ବାଚନ, ୨୦୧୯ ସାଧାରଣ ଓ ଉପ ନିର୍ବାଚନରେ କଠିନ ପରିଶ୍ରମ କରିଛନ୍ତି । ସଫଳତାର ସହ ଦଳକୁ ଆଗକୁ ନେବାରେ ସେ ସାହାଯ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଗତ ବିଜେପୁର ଓ ପାଟକୁରା ଉପନିର୍ବାଚନ ସମୟରେ ମଧ୍ୟ ପ୍ରଣବଙ୍କ ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ ରହିଥିଲା । ତେଣୁ ତାଙ୍କୁ ବିଜେଡିର ସାଂଗଠନିକ ସଂପାଦକ ପଦ ତଥା ଗୁରୁଦାୟିତ୍ବ ପାଇଁ ମନୋନୀତ କରାଗଲା ବୋଲି ନବୀନ ପ୍ରତିକ୍ରିୟା ଦେଇଛନ୍ତି ।

   Related Posts