ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର, ପୁଅ କହିଲେ- ଖୁବ ଶୀଘ୍ର ଘରକୁ ଫେରିବେ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬।୦୮: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଦେଖିବାକୁ ମିଳିଛି । ପ୍ରଣବ ମୁଖାର୍ଜଙ୍କ ପୁଅ ଅଭିଜିତ ମୁଖାର୍ଜୀଙ୍କ ପୁଅ ଏନେଇ ସୂଚନା ଦେଇଛନ୍ତି । ପୂର୍ବ ଅପେକ୍ଷା ପ୍ରଣବ ମୁଖାର୍ଜଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । କିନ୍ତୁ  ସେ ଏବେ ମଧ୍ୟ ଭେଣ୍ଟିଲେଟରେ ଅଛନ୍ତି ।

wp:html /wp:html

ଅଭିଜିତ ଏହା ମଧ୍ୟ କହିଛନ୍ତି ଯେ, କିଛି ଦିନ ଅନୁସାରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ତାଙ୍କର (ପ୍ରଣବ) ସମସ୍ତ ମହତ୍ତ୍ୱପୂର୍ଣ୍ଣ ପାରାମିଟର ସ୍ଥିର ରହିଛି ଓ ଚିକିତ୍ସାର ପ୍ରଭାବ ଦେଖାଦେଉଛି । ଆମକୁ ପୁରା ବିଶ୍ୱାସ ଅଛି କି ସେ (ପ୍ରଣବ) ବହୁତ ଜଲ୍‌ଦି ଭଲ ହୋଇଯିବେ । ଖୁବଶୀଘ୍ର ଆମ ଗ୍ରହଣକୁ ଆସିଯିବେ । ସେହିପରି ପ୍ରଣବ ମୁଖାର୍ଜଙ୍କ ହେଲ୍‌ଥ ବୁଲେଟିନ୍‌ ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ନିଶ୍ୱାସ ଓ ପ୍ରଶ୍ୱାସ ନେବା ସହିତ ଅନ୍ୟାନ୍ୟ କ୍ଲିନିକାଲ ପାରାମିଟର ସ୍ଥିର ରହିଛି । ଲଗାତର ଭାବେ ବିଶେଷଜ୍ଞ ଡାକ୍ତରୀ ଟିମ୍‌ ତତ୍ତ୍ୱାବଧୀନରେ ରହିଛନ୍ତି ।   

wp:html /wp:html

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ ମୁଖାର୍ଜୀ ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ହସ୍ପିଟାଲ (ଆରଏଣ୍ଡଆର)ରେ ଭର୍ତ୍ତି ହୋଇଥିଲେ। ଏହା ପୂର୍ବରୁ ତାଙ୍କର କୋଭିଡ ପରୀକ୍ଷଣ କରାଯାଇ ଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବା ଏବେ ଚିନ୍ତାର କାରଣ ପାଲଟିଛି। କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ପୁଅ ଅଭିଜିତ ମୁଖାର୍ଜୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.