ନୂଆଦିଲ୍ଲୀ ୨୨।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ପର୍ଯ୍ୟନ୍ତ କୌଣସି ସୁଧାର ହୋଇନି। ଦିଲ୍ଲୀ କ୍ୟାଣ୍ଟେନମେଣ୍ଟସ୍ଥିତ ଆର୍ମି ରେଫରାଲ ହସ୍ପିଟାଲ ଶନିବାର ଜାରି କରିଥିବା ହେଲଥ୍ ବୁଲେଟିନ୍ରେ ଏହି ସୂଚନା ଦେଇଛନ୍ତି। ତାଙ୍କର ସ୍ଥିତି ଏବେ ସ୍ଥିରଥିବା ବେଳେ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇଛି।
{"id":318629,"width":574,"height":349,"sizeSlug":"large"}ସେ ଏବେବି କୋମାରେ ଅଛନ୍ତି ଓ ବିଶେଷଜ୍ଞ ଡାକ୍ତର ତାଙ୍କ ଫୁସଫୁସ୍ ସଂକ୍ରମଣର ଚିକିତ୍ସା କରୁଥିବାର ବୁଲେଟିନରେ ସୂଚନା ଦିଆଯାଇଛି। ତାଙ୍କ କ୍ଲିନିକାଲ ପାରାମିଟର ସ୍ଥିର ଥିବା ବେଳେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ସଂକେତକୁ ଅପେକ୍ଷା କରାଯାଇଛି। ତେବେ ଏଥିରେ ଶନିବାର ଦିନଟି ମଧ୍ୟ ଗତ ହୋଇଥିବା ବେଳେ ତାଙ୍କ ଠାରେ ସେଭଳି କୌଣସି ଲକ୍ଷଣ ଦେଖାଯାଇନଥିବା ବୁଲେଟିନରେ ସୂଚିତ କରାଯାଇଛି।
{"id":318630,"sizeSlug":"large"}ସୂଚନା ଯୋଗ୍ୟଯେ ପୂର୍ବତନ ରାଷ୍ଟ୍ରପତି କୋଭିଡ-୧୯ ସଂକ୍ରମିତ ହୋଇଥିବା ଟେଷ୍ଟ ରିପୋର୍ଟ ପରେ ସେ ନିଜେ ଟ୍ୱିଟରରେ ଏହି ସୂଚନା ଦେଇଥିଲେ। ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ନିଜ ଆଡୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଥିଲେ। ତେବେ ଅଗଷ୍ଟ ୧୦ ତାରିଖ ଦିନ ତାଙ୍କୁ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତରମାନେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ଅସ୍ତ୍ରୋପଚାର କରିଥିଲେ। ପରେ ସେ କୋମାକୁ ଚାଲିଯାଇଛନ୍ତି।