ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ, ୩୧|୦୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଘଟିଛି। ସୋମବାର ସନ୍ଧ୍ୟାରେ ୮୪ ବର୍ଷ ବୟସରେ ପ୍ରଣବ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ଗତ ଦିନରେ ପ୍ରଣବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ଵିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଘଟିଥିବା କହିଛନ୍ତି।

wp:html /wp:html

ସେନା ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ୮୪ ବର୍ଷୀୟ ମୁଖାର୍ଜୀଙ୍କ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ସେ ଗଭୀର କୋମା ଏବଂ ଭେଣ୍ଟିଲେଟରରେ ଥିଲେ। ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଗଷ୍ଟ ୧୦ରେ ସେନା  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମସ୍ତିଷ୍କ ସର୍ଜରୀ କରାଯାଇଥିଲା। ପରେ ତାଙ୍କର ଫୁସ୍‌ଫୁସ୍‌ରେ ମଧ୍ୟ ସଂକ୍ରମଣ ହୋଇଥିଲା।

ହସ୍ପିଟାଲ ବୟାନରେ କୁହାଯାଇଥିଲା ଯେ, ଗତକାଲି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟରେ ଅବନ୍ନତି ଦେଖା ଯାଇଥିଲା। ଫୁସ୍‌ଫୁସ୍‌ରେ ସଂକ୍ରମଣ କାରଣରୁ ସେପଟିକ୍ ଆଘାତ ଲାଗିଥିଲା। ଏକ ବିଶେଷଜ୍ଞ ଟିମ୍‌ ତାଙ୍କ ଚିକିତ୍ସା କରୁଥିଲେ।

wp:html /wp:html

ସୂଚନାଯୋଗ୍ୟ ପ୍ରଣବ ମୁଖାର୍ଜୀ ୨୦୧୨ରେ ଦେଶର ରାଷ୍ଟ୍ରପତି ହୋଇଥିଲେ ଏବଂ ୨୦୧୭ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ। ୨୦୧୯ରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ପ୍ରଣବ ମୁଖାର୍ଜୀଙ୍କ ନିଧନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ରାମନାଥ କୋବିନ୍ଦ ଟ୍ଵିଟ୍‌ କରି ଲେଖିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ନିଧନ ଖବର ଶୁଣି ଦୁଃଖିତ। ତାଙ୍କର ଚାଲିଯିବା ଏକ ଯୁଗର ଅନ୍ତ ଘଟିଛି। ପ୍ରଣବ ଦେଶର ସେବା କରିଛନ୍ତି। ଆଜି ତାଙ୍କର ପରଲୋକରେ ପୂରା ଦେଶ ମର୍ମାହତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.