ପଞ୍ଚଭୂତରେ ବିଲୀନ ହେଲେ ପ୍ରଣବ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାରା ଦେଶ ଅଶ୍ରୁଳ ବିଦାୟ
1/09/2020 at 2:07 PM

ନୂଆଦିଲ୍ଲୀ ୦୧।୦୯: ପଞ୍ଚ ଭୂତରେ ବିଲୀନ ହେଲେ ଦେଶର ୧୩ତମ ରାଷ୍ଟ୍ରପତି ତଥା ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀ। ଦିଲ୍ଲୀ ସ୍ଥିତ ଲୋଧୀ ଘାଟରେ ପ୍ରଣବଙ୍କ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର ଅଣାଯାଇଛି। ବଡ ପୁଅ ଅଭିଜିତ ମୁଖାର୍ଜୀ ପ୍ରଣବଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ କ୍ୟାବିନେଟ୍ ମନ୍ତ୍ରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମେତ ଅନେକ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ବାସଭବନ ୧୦ ରାଜାଜୀ ମାର୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ପ୍ରଣବଙ୍କ ପାର୍ଥିବ ଶରୀରକୁ ସେନା ହସ୍ପିଟାଲରୁ ସକାଳ ୯ଟା ୩୦ରେ ଅଣାଯାଇଥିଲା। ଏହା ପରେ ୨ଟାରେ ଲୋଧି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
Delhi: The last rites of former President #PranabMukherjee being performed at Lodhi crematorium, by his son Abhijit Mukherjee. pic.twitter.com/1asOyutbPV
— ANI (@ANI) September 1, 2020
ଉଲ୍ଲେଖଯୋଗ୍ୟ, ସୋମବାର ସନ୍ଧ୍ୟାରେ ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ ଘଟିଥିଲା। ମୃତ୍ୟବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବଙ୍କୁ ଗତ ଅଗଷ୍ଟ ୧୦ରେ ସେନାର ରିସର୍ଚ୍ଚ ଆଣ୍ଡ ରେଫ୍ରଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମସ୍ତିଷ୍କ ସର୍ଜରୀ କରାଯାଇଥିଲା। ସ୍ଥିତି ଜଟିଳ ହେବାରୁ ତାଙ୍କୁ କୋମାରେ ରଖାଯାଇଥିଲା। ପ୍ରଣବ କରୋନା ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ। ପରେ ତାଙ୍କର ଫୁସ୍ଫୁସ୍ ସଂକ୍ରମଣ ହୋଇଥିଲା।
Delhi: The mortal remains of former President #PranabMukherjee being taken from his residence, 10 Rajaji Marg, to Lodhi Crematorium.
— ANI (@ANI) September 1, 2020
He had tested positive for #COVID19 and undergone surgery for a brain clot at Army (R&R) Hospital on August 10, where he passed away yesterday. pic.twitter.com/ISK1jMFOPj
ପ୍ରଣବ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ୧୩ତମ ରାଷ୍ଟ୍ରପତି ରହିଥିଲେ। ତାଙ୍କୁ ୨୦୧୯ରେ ଭାରତ ରତ୍ନ ଓ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଣବ ମୁଖାର୍ଜୀଙ୍କ ନିଧନରେ କେନ୍ଦ୍ର ସରକାର ଦେଶରେ ସାତ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହା ସହିତ ପଶ୍ଚିମବଙ୍ଗ ସରକାର ମଧ୍ୟ ଶୋକ ଘୋଷଣା କରିଛନ୍ତି।
ପ୍ରଣବ ମୁଖାର୍ଜୀ ପାଞ୍ଚ ଦଶନ୍ଧି ଧରି ରାଜନୀତରେ ସକ୍ରିୟ ରହିଥିଲେ। ସେ କଂଗ୍ରେସ ଶାସନ କାଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦରେ ରହିଥିଲେ। ସେ ପାଞ୍ଚ ଥର ରାଜ୍ୟସଭା ସଦସ୍ୟ ଏବଂ ଦୁଇ ଥର ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।
୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ପ୍ରଣବ ମୁଖାର୍ଜୀ ଯୋଜନା ଆୟୋଗର ଉପାଧ୍ୟକ୍ଷ, ୧୯୯୩ ରୁ ୯୫ ପର୍ଯ୍ୟନ୍ତ ବାଣିଜ୍ୟ ମନ୍ତ୍ରୀ, ୧୯୯୫ ରୁ ୧୯୯୬ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ, ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ତଥା ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ରହିଥିଲେ। ସେ ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ରହିଛନ୍ତି। ୨୦୧୨ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ କଂଗ୍ରେସ ଓ ଲୋକସଭାରୁ ଇସ୍ତଫା ଦେଇଥିଲେ।
ମନମୋହନ ସରକାରରେ ପ୍ରଣବ ମୁଖାର୍ଜୀଙ୍କ ପ୍ରଭାବ କେତେ ଥିଲା ଆପଣ ଏଥିରୁ ଅନୁମାନ କରି ପାରିବେ ଯେ ୨୦୦୪ ରୁ ୨୦୧୨ ମଧ୍ୟରେ ପ୍ରଶାସନିକ ସୁଧାର, ସୂଚନା ଅଧିକାର ଆଇନ, ରୋଜଗାର ଅଧିକାର, ଖାଦ୍ୟ ସୁରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା ଓ ଦୂରସଞ୍ଚାର, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ, ମେଟ୍ରୋ ରେଲ ଆଦିର ସ୍ଥାପନା ପରି ବିଭିନ୍ନ ପ୍ରସଙ୍ଗରେ ଗଠିତ ୯୫ରୁ ଅଧିକ ମନ୍ତ୍ରୀ ସମୂହର ଅଧ୍ୟକ୍ଷ ରହିଥିଲେ।