ଶେଷ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର, ଧର୍ମଶାଳାରେ ସମସ୍ତ ଜୋନ୍‌ରେ ସରିଲା ପ୍ରଣବଙ୍କ କ୍ୟାମ୍ପେନିଂ

Published By : Prameya-News7 Bureau | May 29, 2024 IST

ଚଣ୍ଡିଖୋଲ: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ମେ ୧ ତାରିଖରେ ମତଦାନ ହେବାକୁ ଯାଉଛି। ଏମିତିରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ପାଖରେ ରହିଛି ମାତ୍ର ଗୋଟିଏ ଦିନ। ଏଥିପାଇଁ ୬ ଲୋକସଭା ଆସନରେ ଜୋର ଧରିଛି ପ୍ରଚାର।

ଏହି କ୍ରମରେ ଧର୍ମଶାଳା ବିଜେଡି ପାର୍ଥୀ ପ୍ରଣବ ବଳବନ୍ତରାୟ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଜୋନରେ କରିଛନ୍ତି ପ୍ରଚାର । ପ୍ରଣବ ଜୋନ୍‌ରେ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ପ୍ରଚାର ସମୟରେ ସମସ୍ତ ଜୋନ୍‌ରେ ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। 

ପ୍ରଚାରରେ ସାମିଲ୍‌ ଦଳୀୟ କର୍ମୀମାନେ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ତେବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଯେଉଁ ଭଳି ବିକାଶ ହୋଇଛି ଲୋକଙ୍କ ଯେଉଁଭଳି ସମର୍ଥନ ରହିଛି ବିଜେଡି ବେଶ୍‌ ସଫଳତା ପାଇବ ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.